*ନୂଆପଡାରେ ୪୦ ଘଣ୍ଟାର ମଧ୍ୟସ୍ଥତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ*
ନୂଆପଡା (ମିଖାଏଲ ନନ୍ଦ)
୧୯.୧୨
ନୂଆପଡ଼ାରେ ଡିସେମ୍ବର ୧୫ ରୁ ୧୯ ଡିସେମ୍ବର ପାଞ୍ଚ ଦିନ ବ୍ୟାପୀ ଚାଲିଥିବା ୪୦ ଘଣ୍ଟା ସମୟରେ ମଧ୍ୟସ୍ଥତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଯାଇଛି। ଓଡିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ତଥା ଓଡିଶା ରାଜ୍ଯ ଆଇନ ସେବା ପ୍ରାଧିକରଣର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ *ମାନ୍ୟବର ଶ୍ରୀ ଜଷ୍ଟିସ ମାନସ ରଞ୍ଜନ ପାଠକ* ଆଭାସୀ ମାଧ୍ୟମରେ ଏହି ଉଦଯାପନୀ ସମାରୋହରେ ସମ୍ବୋଧିତ କରି, ମଧ୍ୟସ୍ଥତା ହେଉଛି ବିବାଦ ସମାଧାନର ଏକ କମ ଖର୍ଚ୍ଚ, ସମୟ ସାପେକ୍ଷ ଏବଂ ଲୋକ କୈନ୍ଦ୍ରିକ ପଦ୍ଧତି କହିଥିଲେ। ସଦଭାବ ରକ୍ଷା କରିବା ସହିତ ଶୀଘ୍ର ନ୍ୟାୟ ପ୍ରଦାନ ସୁନିଶ୍ଚିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଆଲୋକପାତ କରିଥିଲେ। ଉଦଯାପନୀ ଉତ୍ସବରେ ଜିଲ୍ଲା ଓ ଦୌରା ଜଜ୍ ତଥା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀଯୁକ୍ତ ନିରଞ୍ଜନ ପଣ୍ଡା, ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍, ନୂଆପଡ଼ା ସୁନୀଲ କୁମାର ଦାସ, ମହିଳା କୋର୍ଟ ଜଜ୍ ସରୋଜିନୀ ସାହୁ, ରେଜିଷ୍ଟ୍ରାର୍ ସୌଭାଗ୍ଯ ରଞ୍ଜନ ପ୍ରଧାନ, ଉପ-ଖଣ୍ଡ ବିଚାର ବିଭାଗୀୟ ବିଚାରପତି ସ୍ନାତାକି ଦାଶ, ଜିଲ୍ଲା ଓକିଲ ସଂଘ ଉପସଭାପତି ପ୍ରକାଶ ଚନ୍ଦ୍ର ସ୍ୱାଇଁ, ସଚିବ ପ୍ୟାରିଲାଲ ଦେୱାଙ୍ଗନ, ସିଭିଲ ବାର ବିଶ୍ଵମଣି ପାଣିଗ୍ରାହୀ, ଦେବଦତ୍ତ ଦୀକ୍ଷିତ ପ୍ରମୁଖ ଯୋଗ ଦେଇଥିଲେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ନବନିତା ଦାସ ଧନ୍ୟବାଦ ଦେଇଥିଲେ।
