୫୮-ପର୍ଜଙ୍ଗ ନିର୍ବାଚନ ମଣ୍ଡଳୀରେ ଯୁଆଙ୍ଗ ଜନଜାତି ପାଇଁ “ଚୁନାବ ପାଠଶାଳା” ଅନୁଷ୍ଠିତ
କାମାକ୍ଷାନଗର-କାମାକ୍ଷାନଗର୫୮-ପର୍ଜଙ୍ଗ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ସଚେତନତା କାର୍ଯ୍ୟକ୍ରମ “ଚୁନାବ ପାଠଶାଳା” “ବିଶେଷତଃ ଦୁର୍ବଳ ଜନଜାତି ସମ୍ପ୍ରଦାୟ” (PVTG ) ଯୁଆଙ୍ଗ ଜନଜାତି ବସବାସ କରୁଥିବା ଦୁର୍ଗମ ଅଚଂଳ ହଳଦୀକୁଣ୍ଡି ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି।
୫୮-ପର୍ଜଙ୍ଗ ନିର୍ବାଚନ ମଣ୍ଡଳୀର ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠୀଙ୍କ ନିର୍ଦ୍ଦେଶକ୍ରମେ ସହକାରୀ ଜିଲ୍ଲାପାଳ ଦିପକ ମିଶ୍ରଙ୍କ ତତ୍ତ୍ବାବଧାନ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଶତାଧିକ ମହିଳା ଓ ପୁରୁଷ ଯୋଗଦେଇ ନିଜର ମତାମତ ରଖିଥିଲେ। ନୂତନ ଭୋଟର ପଞ୍ଜୀକରଣ, ଭୋଟର କାର୍ଡ ରେ ସଂଶୋଧନ କରିବାର ଉପାୟ ସମ୍ପର୍କ ରେ ବିଷଦ ଆଲୋଚନା କରାଯାଇ ଥିଲା। ଅନ୍ଯ ମାନଙ୍କ ମଧ୍ଯରେ ଜିଲ୍ଲାପାଳକଙ୍କ କାର୍ଯ୍ଯାଳୟର ନିର୍ବାଚନ ଦାୟିତ୍ବରେ ଥିବା ଡେପୁଟି କଲେକ୍ଟର ଅଗ୍ନିଜା ଶିବଦତ୍ତା, ଯୁଆଙ୍ଗ ଉନ୍ନୟନ ସଂସ୍ଥାର ବିଶେଷ ଅଧିକାରୀ ଈପସିତା ନନ୍ଦ, ସ୍ଥାନୀୟ ସରପଞ୍ଚ, ଗୋଷ୍ଠି ମଙ୍ଗଳ ଅଧିକାରୀ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ, ବି.ଏଲ.ଓ ତଥା ସୁପରଭାଇଜର ପ୍ରମୁଖ ଯୋଗଦେଇଥିଲେ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ହୃଶୀକେଶ ସିଂ, ପ୍ରଦୀପ ମୁଣ୍ଡା ଓ ଶେଷଦେବ ସେଠୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
