କାମାକ୍ଷାନଗର ରେ ତିନି ଦିନିଆକୃଷି ଯନ୍ତ୍ର ପାତି ମେଳା
କାମାକ୍ଷାନଗର – (ସତ୍ୟବାଦୀ ସେଠୀ ଙ୍କ ସହ ଗୋକୁଳାନନ୍ଦ ବେହେରା)
କୃଷି ଓ କୃଷକ କୁ ସଶକ୍ତି କରଣ କରିବା
ସାଧାରଣରେ ଜଣେ ଚାଷୀ ପାଇଁ ଆବଶ୍ୟକୀୟ କୃଷି
ଯନ୍ତ୍ର ପାତୀ କୁ ନିର୍ଦ୍ଦିଷ୍ଟ ଗୋଟିଏ ସ୍ଥାନ ରେ ପ୍ରଦର୍ଶନ କରିବା ସହ
ସରକାରଙ୍କ ବିଭିନ୍ନ ଯୋଜନାକୁ କାର୍ଯ୍ୟକାରୀକରିବା ଲକ୍ଷ୍ୟ ନେଇ ଆୟୋଜନ ହୋଇଛି କୃଷି ଯନ୍ତ୍ର ପାତି ମେଳା,ଏହି ମେଳାରେ ଜଣେ ଚାଷୀ ନିଜର ମନ୍ ପସନ୍ଦର କୃଷି ଯନ୍ତ୍ରପାତି
ଦେଖିବା ସହ ତାହାର ବ୍ୟବହାର ବିଷୟରେ ଜାଣି ଥାଏ,
କାମାକ୍ଷାନଗର ସାରଙ୍ଗ ଧର ଷ୍ଟାଡିୟମ୍ ରେ ତିନି ଦିନିଆ କାର୍ଯ୍ୟ
କ୍ରମ ର ପ୍ରଥମ ଦିବସ ରେ ଜିଲ୍ଲା କୃଷି ଅଧିକାରୀ ବିଶ୍ଵନାଥ ଦାସ
ଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ଉପ ଜିଲ୍ଲାପାଳ
ଦିନମଣି ନାଏକ, ସମ୍ମାନିତ ଅତିଥି ବ୍ଲକ୍ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ, ଏସ୍. ଡି.ପି.ଓ ରଜନୀକାନ୍ତ ସାମଲ, କୃଷି ନିର୍ବାହୀ ଯନ୍ତ୍ରୀ
ପ୍ରଦୀପ କୁମାର ପଟ୍ଟନାୟକ, କାମାକ୍ଷାନଗର ଜିଲ୍ଲା କୃଷି ଅଧିକାରୀ ପ୍ରଦୀପ କୁମାର୍ ବେଉରା,ସହକାରୀ ଯନ୍ତ୍ରୀ ପ୍ରବୀଣ
କୁମାର୍ ବିଶ୍ଵାଳ, ଡି ଆର୍ ସି ଏସ ର ଉମା ଶଙ୍କର ଦାସ ଯୋଗଦେଇ ଥିଲେ,ଉପଖଣ୍ଡର ସମସ୍ତ ଚାଷୀ , କୃଷିଯନ୍ତ୍ର ପାତି
ବିକ୍ରେତା ,ସ୍ଵୟଂ ସହାୟକ ଗୋଷ୍ଠି ର ମହିଳା ବିଭିନ୍ନ ହସ୍ତ୍ ତିଆରିଷ୍ଟଲ ଜରିଆରେ ପ୍ରଦର୍ଶନ କରାଯାଇଥିଲା କାର୍ଯ୍ୟରେ
କୃଷି ବିଭାଗ ର ସହ କୃଷି ଅଧିକାରିଣୀ ଖିରୋଡ଼ିନି ଦେଇ ସହଯୋଗ କରିଥିଲେ ।
