ଆମ୍ବେଦକର ଙ୍କ ମହାପରିନିର୍ବାଣ ଦିବସ ପାଳିତ
ଦଶରଥପୁର(ଭଞ୍ଜଦୂତ ନି.ପ୍ର)
ରିପୋର୍ଟର-ମାନସ କୁମାର ସାହୁ
ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅନ୍ତର୍ଗତ ବିରିପଟା ପଞ୍ଚାୟତ ନାରିଗାଁ ସ୍ଥିତ ଆମ୍ବେଦକର ପଡ଼ିଆ ଠାରେ ମିଶନ ଅଫ୍ ଆମ୍ବେଦକର ପରିଷଦ, ଓଡ଼ିଶା, ଯାଜପୁର ଶାଖା ଦ୍ୱାରା ସମ୍ବିଧାନ ପ୍ରଣେତା ତଥା ଆଧୁନିକ ଭାରତର ନିର୍ମାତା ଭାରତରତ୍ନ ବି.ଆର୍ ଆମ୍ବେଦକରଙ୍କ ୬୯ତମ ମହାପରିନିର୍ବାଣ ଦିବସ ପାଳିତ ହୋଇଯାଇଛି. ଏହି ଅବସରରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ସ୍ଥାପିତ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ ସହ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା. ପରେ ଏକ ବୈଠକ ଆୟୋଜନ କରାଯାଇଥିଲା ବୈଠକରେ ବାବା ସାହେବ ଭୀମ ରାଓ ଆମ୍ବେଦକରଙ୍କ ଜୀବନୀ ଉପରେ ପ୍ରର୍ଯ୍ୟାଲୋଚନା ହୋଇଥିଲା. ବକ୍ତୃତାରେ ଭାଗ ନେଇଥିବା କୁନି ଝିଅ ଦିପ୍ତିରାଣୀ କୁ ଅତିଥିଙ୍କ ଦ୍ୱାରା ପୁରଷ୍କାର ପ୍ରଦାନ କରାଯାଇଥିଲା. କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଞ୍ଚଳର ସୁନାମଧନ୍ୟ ଡ଼ାକ୍ତର(ଆମେରିକା) ଶଶଧର ମହାପାତ୍ର ଯୋଗଦାନ କରିଥିବା ବେଳେ ପ୍ରତିମୂର୍ତ୍ତିପ୍ରତିଷ୍ଠାତା/ ମୁଖ୍ୟବକ୍ତା ଭାବେ ଆଡଭୋକେଟ୍ ଦେବେନ୍ଦ୍ର କୁମାର ମଲିକ ଓ ବୈଠକ ପରିଚାଳକ ଭାବେ ସରୋଜ ମଲିକ ବୈଠକ ରେ ଅଂଶ ଗ୍ରହଣ କରିଥିଲେ. ସର୍ବଶେଷରେ ଅଜୟ କୁମାର ମଲ୍ଲିକଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯାଇଥିଲା. କାଯ୍ୟକ୍ରମ ସହଯୋଗରେ ଶମ୍ଭୁନାଥ ମଲିକ, ଶଶଧର ମଲିକ, ସଞ୍ଜୟ ମଲିକ, ଅଭିରାମ ମଲିକ, ଅମୁଲ୍ୟ ମଲିକ, ଶ୍ରୀକାନ୍ତ ମଲିକ, ଗୌରାଙ୍ଗ ମଲିକ, ବିଶ୍ଵନାଥ ମଲିକ, ଅନନ୍ତ ମଲିକ, ପ୍ରମୋଦ ମଲ୍ଲିକ, ଦେବାଶିଷ ମଲିକ, ସୁନୀଲ ମଲିକ, ଖଗେଶ୍ଵର ମଲ୍ଲିକ, ପ୍ରହ୍ଲାଦ ମଲିକ, ଅଭିରାମ ମଲିକ ଙ୍କ ସହ ଆଖପାଖ ଅଞ୍ଚଳର ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ.
