*ନୂଆପଡା ଜିଲ୍ଲାରେ ନିୟନ୍ତ୍ରଣ ବଜାର କମିଟି ଦ୍ଵାରା ଖରିଫ ଧାନ କ୍ରୟ ମଣ୍ଡି ଶୁଭାରମ୍ଭ* l
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡା ଜିଲ୍ଲା ଖରୀଆର ରୋଡ ନିୟନ୍ତ୍ରଣ ବଜାର କମିଟି ପରିସର ମଧ୍ୟରେ ଆଜି ଚଳିତ ଖରିଫ ଧାନ କ୍ରୟ ନେଇ ପ୍ରଥମ ମଣ୍ଡି ଆରମ୍ଭ ହୋଇଛି l ଜିଲ୍ଲାପାଳ ମଧୁସୂଦନ ଦାଶ ପ୍ରଦୀପ ପ୍ରଜ୍ବଳନ କରି ମଣ୍ଡିର ଶୁଭାରମ୍ଭ କରିଥିଲେ l ଏହି ଅବସରରେ ଜିଲ୍ଲାପାଳ ଚାଷୀ ମାନଙ୍କୁ ଉଚିତ ମାନର ଧାନ ଦେଇ ଉପଯୁକ୍ତ ମୂଲ୍ୟ ପ୍ରାପ୍ତ କରିବା ପାଇଁ ଆହ୍ବାନ କରିଛନ୍ତି। ବର୍ତ୍ତମାନ ଚାଷୀ ମାନେ ଧାନ ବିକ୍ରି ପାଇଁ ପ୍ରସ୍ତୁତ ହୋଇଥିବା ବେଳେ ଟୋକନ ମୁତାବକ ଧାନ ଆଣି ବିକ୍ରି ପ୍ରକ୍ରିୟାରେ ସହଯୋଗ କରିବାକୁ ସେ ଅନୁରୋଧ କରିଛନ୍ତି। ଏହି ଉଦ୍ଘାଟନ ଉତ୍ସବ ରେ ମାନ୍ୟବର ବିଧାୟକ ନୂଆପଡା ଙ୍କ ମା କଳ୍ପନା ଢୋଲକିଆ, ରାଜେଶ୍ ନିଗମ, ବିଧାୟକ ଙ୍କ ପ୍ରତିନିଧି ରାମ ଲାଲ ହଂସ, ଡି ଆର୍ ସି ଶିବ ପ୍ରସାଦ ସ୍ୱାଇଁ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ ନାୟକ ଏବଂ ବିଭାଗିୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ପ୍ରଥମ ଦିନରେ ଦୁଇ ଜଣ ଚାଷୀଙ୍କ ଠାରୁ ୯୬.୨୦ କୁଇଣ୍ଟାଲ ଧାନ କ୍ରୟ ହୋଇଛି l
