*ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲ ରେ ବିଜ୍ଞାନ ଓ କ୍ରାଫ୍ଟ ଏକଜୁବିଶନ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡା ଜିଲ୍ଳା ଅନ୍ତର୍ଗତ ଖଡ଼ିଆଳ ବ୍ଲକ ସ୍ଥିତ ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲରେ ପଞ୍ଚମ ବିଜ୍ଞାନ ଓ କ୍ରାଫ୍ଟ ଏକଜୁବିଶନ ଅନୁଷ୍ଠିତ ହୋଇଛି। ବିଦ୍ୟାଳୟର ନିର୍ଦେଶକ ପ୍ରବୀଣ ରଞ୍ଜନ ଠାକୁର ଏବଂ ଅଧକ୍ଷା ମିନାକ୍ଷୀ ଦଣ୍ଡସେନା ଛାତ୍ର ଛାତ୍ରୀ ମାନଙ୍କୁ ବିଜ୍ଞାନର ଉପକାରିତା ଏବଂ ଦେଶ ପାଇଁ କିପରି ଉପଯୋଗୀ ତାହା ବୁଝାଇଥିଲେ। ପ୍ରାୟ 180 ଜଣ ଛାତ୍ର ଛାତ୍ରୀ ଏକଜୁବିସନରେ ଅଂଶ ଗ୍ରହଣ କରିଥିଲେ ।ପ୍ରକଳ୍ପ ବିଚାରକ ଭାବରେ ଆମର ହାଇ ସ୍କୁଲ ଚନବେଡା ର ବିଜ୍ଞାନ ଶିକ୍ଷକ ନବକୃଷ୍ଣ ବେହେର , ପିଏମ୍ ହାଇ ସ୍କୁଲ ବିଜ୍ଞାନ ଶିକ୍ଷକ ଶ୍ରୀ ହୋତାସନ୍ ଜାଲ, ପଞ୍ଚାୟତ ହାଇ ସ୍କୁଲ୍ ରୁ ଶ୍ରୀ ମହେନ୍ଦ୍ର ପ୍ରଧାନି ,ଖଡ଼ିଆଳ govt girls high school ର ମଞ୍ଜୁଶା ମଞ୍ଜରୀ ଜଗତ ,ଏବଂ ଲୋହୋରାପାଲି ହାଇ ସ୍କୁଲ ର ଆରତୀ କୁନ୍ଦା ଉପସ୍ଥିତ ରହିଥିଲେ।ସମସ୍ତ ବିଚାରକ ମାନେ ସ୍କୁଲ୍ ଛାତ୍ର ଛାତ୍ରୀ ମାନଙ୍କ ସହିତ ବିଜ୍ଞାନ ଏବଂ ସେମାନଙ୍କ ପ୍ରୋଜେକ୍ଟ ଉପରେ ଆଲୋଚନା କରି ସେମାନଙ୍କୁ ଆହୁରି ସେ ବିଷୟରେ ବୁଝାଇଥିଲେ।ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ବହୁତ୍ ସୁନ୍ଦର ଭାବରେ ଏକଜୁବିସନର ପରିଚାଳନା କରିଥିଲେ । ସମସ୍ତ ଅଭିଭାବକ ମାନେ ମଧ୍ୟ ଆସି ବିଜ୍ଞାନ ମେଳାର ଆନନ୍ଦ ନେଇଥିଲେ ।
