*ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦଯାପିତ*
.ନୂଆପଡା (ମିଖାଏଲ ନନ୍ଦ)
ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି। ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଆଇନଜୀବୀ ସୁଶାନ୍ତ ତାଣ୍ଡି ଯୋଗ ଦେଇଥିଲେ । ପୂର୍ବତନ ଅଧ୍ୟକ୍ଷ ତଥା ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଡ଼ ଫଣିନ୍ଦମ ଦେଓ, ପୂର୍ବତନ ଅଧ୍ୟକ୍ଷ ତଥା ପ୍ରାଧ୍ୟାପକ ଡ଼ ତରୁଣ କୁମାର ପ୍ରଧାନ, ପ୍ରାଧ୍ୟାପକ ଅଶ୍ୱିନୀ କୁମାର ପାଢୀ, ପ୍ରାଧ୍ୟାପକ ପ୍ରମୋଦ କୁମାର ସାହୁ ,ପ୍ରାଧ୍ୟାପକ ଡ଼ ହରେନ୍ଦ୍ର କୁମାର ପଣ୍ଡା ,ଲାଇବ୍ରେରିଆନ ଶ୍ରୀ ଜୟସିଂ ଥପ୍ପା ,କ୍ରୀଡା ସଂସଦ ଉପସଭାପତି ରଣବୀର ସିଂହ, ଶାରୀରିକ ଶିକ୍ଷା ବିଭାଗ ଅଧ୍ୟାପକ ଡ଼ ସରୋଜ କୁମାର ପଣ୍ଡା, ପ୍ରାଧ୍ୟାପିକା ରୀତା ଦାସ,ପରୀକ୍ଷା ନିୟନ୍ତ୍ରକ ସୁନୀଲ କୁମାର ପାଢୀ ଯୋଗ ଦେଇଥିଲେ। ଛାତ୍ର ଛାତ୍ରୀ ଙ୍କ ବର୍ଗ ରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସମସ୍ତେ ଖେଳାଳି ମନୋଭାବରେ ଖେଳ ପ୍ରଦର୍ଶନ କରି କ୍ରୀଡାବିତ ପରିଚୟ ଦେଇଛନ୍ତି।
