ଗୋଡିଖାଳ ଶିବମୁନି ଯୋଗାଶ୍ରମରେ ମୁନି ସମାଜର ବ୍ରହ୍ମଯଜ୍ଞ।
ବସ୍ତା:- (ନି ପ୍ର)
ଗୋଡ଼ିଖାଳ ଶିବମୁନି ଯୋଗାଶ୍ରମର ସାପ୍ତାହିକ ସତ୍ସଙ୍ଗ ରେ ଆତ୍ମଜ୍ଞାନୀ ଯୋଗୀ କୃପାସିନ୍ଧୁ ମୁନିଙ୍କ ଅଧ୍ୟକ୍ଷତାରେ, ବରିଷ୍ଠ ଆତ୍ମଜ୍ଞାନୀ ଯୋଗୀ ପରମା ନନ୍ଦ ମୁନି, ମୁନିରାଜ୍ଞୀ ଗୀତାଞଳୀ ମୁନିଙ୍କ ଜ୍ୟେଷ୍ଠା କନ୍ୟା ଆୟୂଷ୍ମତୀ ମୁନିମତୀ ସୌଦାମିନୀ ବାରିକଙ୍କ ୪୮ତମ ଶୁଭ ଜନ୍ମଦିନ ସମାରୋହରେ ପାଳିତ ହୋଇଯାଇଛି। ମୁଖ୍ୟଅତିଥି ବ୍ରହ୍ମଜ୍ଞାନୀ ଯୋଗାଚାର୍ଯ୍ୟ ଅନନ୍ତ ପ୍ରଧାନ, ମୁଖ୍ୟବକ୍ତା ଆତ୍ମଜ୍ଞାନୀ ଯୋଗୀ ଅରୁନ ମୁନିଜୀ ମହୋଦୟ, ସମ୍ମାନୀତ ବକ୍ତା ଯୋଗ ଶିକ୍ଷୟତ୍ରୀ ଶାନ୍ତି ଦିଦି, ଆତ୍ମଜ୍ଞାନୀ ଯୋଗୀ ବଳରାମ ମୁନିଜୀ ମହୋଦୟ ଏବଂ ସମ୍ମାନୀତ ଅତିଥି ଆତ୍ମଜ୍ଞାନୀ ମୁନିରାଜ ଗୋପାଳକୃଷ୍ଣ ମୁନି, ଯୋଗୀ ହରିପଦ ମୁନି ପ୍ରମୁଖ ମଞ୍ଚାସୀନ ଥିଲେ। ପ୍ରଥମେ ସମୂହ ପ୍ରଣବ,ଶୁଭଭାବନା, ବେଦପାଠ, ଶାନ୍ତି ପାଠ କରାଯାଇ, ମୁନିମତୀ ସୌଦାମିନୀଙ୍କୁ, ଦୀର୍ଘ ନିରୋଗ ନିରାମୟ, ଆନନ୍ଦମୟୂ ଯୋଗମୟ ଜୀବନର ସମୂହ ଶୁଭଆଶୀର୍ବ ପ୍ରଦାନ କରାଯାଇଥିଲା। ଆତ୍ମଜ୍ଞାନୀ ଯୋଗଶିକ୍ଷୟତ୍ରୀ କଣ୍ଠଶିଳ୍ପୀ କମଳକାମିନୀ ଦେ ମୁନି ସଙ୍ଗୀତ ଗାନ କରିଥିଲେ। ବହୁ ଆଶ୍ରମରୁ ବହୁ ମୁନି-ମୁନିମତୀ ମାନେ ଯୋଗଦାନ କରିଥିଲେ। ସୌଦାମିନୀ ୨୦୦୬ ମସିହାରେ ଦକ୍ଷିଣ-ପୂର୍ବ ରେଳପଥର କର୍ତ୍ତବ୍ଯନିଷ୍ଠ ସତ୍ୟନିଷ୍ଠ ଆଦର୍ଶ ସର୍ଵଶ୍ରେଷ୍ଠ ସେବିକା ହିସାବରେ ପୁରସ୍କୃତ ହୋଇଥିଲେ ରେଳବିଭାଗ ତରଫରୁ। ସର୍ବଭାରତୀୟ ପରୀକ୍ଷାରେ ଓଡ଼ିଶାରୁ ଏକମାତ୍ର ସିଲେକସନ ହୋଇ ୨୦୦୦ ମସିହାରେ ସେ ଚାକିରି ଜୀବନ ଆରମ୍ଭ କରିଥିଲେ। ମୁନି ସମାଜ ର ଯମ ନିୟମ ପାଳନ କରି, ପ୍ରତିଦିନ ଯୋଗ ସାଧନା କରିଚାଲିଲେ, ଜଣେ ନିଶ୍ଚିତ ଆତ୍ମଦର୍ଶନ କରିବା ସହିତ ସମସ୍ତ ସଂକଲ୍ସର ସଫଳତା ପାଇପାରିବ। ଶେଷରେ ପିତା ଯୋଗୀ ପରମାନନ୍ଦ ମୁନି ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।
ବାଲେଶ୍ଵର ଜିଲ୍ଲା ବସ୍ତାରୁ ସେଖ ଆଜାରୁଦ୍ଦିନ ଙ୍କ ରିପୋର୍ଟ ଭଞ୍ଜଦୂତ ଖବର।
