କଳାର ପୂଜାରୀ ସଙ୍ଗୀତ ନିର୍ଦ୍ଦେଶକ ଅମୃତାନଶୁ ପଟ୍ଟନାୟକ ! ଦୀର୍ଘ ଚାଳିଶ ବର୍ଷର ସାଧନା ! ଆଜି ଓଡ଼ିଆ ଯାତ୍ରା ଜଗତରେ ବିଭିନ୍ନ କାହାଣୀରେ ମନଛୁଆଁ ଗୀତ ନିର୍ଦ୍ଦେଶନା ଦେଇ ସାରା ରାଜ୍ୟରେ ବେଶ ଚର୍ଚ୍ଚିତ ଚେହେରା କହିଲେ ଅତ୍ୟୁକ୍ତି ହେବନାହିଁ ! କୋଣାର୍କ ଗଣନାଟ୍ୟର “ତୁ ବୋଧେ ମୋ ଭାଗ୍ୟରେ ନାହୁଁ”, “ସେହି ଗୋଟିଏ ଭୂଲ ପାଇଁ”, “ଆଖି ଅବୁଝା କୁ ଲୁହ ଅବୁଝା “ସ୍ୱପ୍ନ ମହଲର “କେତେ କାନ୍ଦିବୁରେ ଗୈର ଦାସ”, ନାଟ୍ୟ ମଣ୍ଡପର “ବାର ଗାର୍ଲ୍”, ରଙ୍ଗ ମହଲର “କଟି କଟି ଡବଲ କଟି”, ବିଶ୍ୱ ଦରବାରର “ବଦନାମ ଗଳିର ବାଦଶାହା”, ସୂର୍ଯ୍ୟ ମନ୍ଦିରର “ପଣତ କାନି” ଭଳି ଅନେକ ଯାତ୍ରା ପାର୍ଟିରେ ସହସ୍ରାଧିକ ଖୁବ ମନ ଛୁଆଁ ଗୀତ ଦର୍ଶକଙ୍କ ନିକଟରେ ଆଦୃତ ହୋଇ ପାରିଥିବା କଥାକୁ ଏଡ଼ାଇ ଦିଆଯାଇନପାରେ। ବିଗତ ଚାଳିଶ ବର୍ଷର ସାଧନା ଭିତରେ ନିଜର ବାପା ପାର୍ଥ ସାରଥି ପଟ୍ଟନାୟକ, ମାଆ ନିର୍ମଳା ପଟ୍ଟନାୟକଙ୍କ ସମେତ କବି ତଥା ଗୀତିକାର ପ୍ରଶାନ୍ତ ଦାସଙ୍କ ଠାରୁ ଆରମ୍ଭ କରି ନାଗମଣୀ ମହାନ୍ତି, ଇଞ୍ଜିନିୟର କିଶୋର ମହାପାତ୍ର, ନୟନ କୁମାର ଆଚାର୍ଯ୍ୟ,ଗୁରୁ ମିଶ୍ର,ଦୀପକ ଜେନା, ଭାରତ ଭୁଷଣ ଦେଓଙ୍କ ପ୍ରେରଣା ଆଜି ତାଙ୍କୁ ଏହି ପରିଚୟ ଦେବାର ଖୁବ ସହାୟକ ହୋଇଥିବା କହିଲେ ଅତ୍ୟୁକ୍ତି ହେବନାହିଁ। ଶ୍ରୀ ପଟ୍ଟନାୟକ ଯାତ୍ରା ଗୀତ ନିର୍ଦ୍ଦେଶନା ଦେବା ସହିତ ଶିଖର ଚୁଳିଆ, ଏଠି ପ୍ରେମ ହୋଇଗଲା, ପ୍ରେମରେ ପ୍ରେମରେ ଭଳି କିଛି ଓଡ଼ିଆ ଭଜନ ତଥା ଆଲବମ ଗୀତ ସହ ଓଡ଼ିଆ ସିନେମା ବାଜିବଲୋ ସାହାନାଇ ରେ ମଧ୍ୟ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ନଜିର ରହିଛି। ତେବେ ବାଲେଶ୍ବର ମାଟିର ପୁଅ ତଥା କଳାର ପୂଜାରୀ ସଙ୍ଗୀତ ନିର୍ଦ୍ଦେଶକ ଶ୍ରୀ ପଟ୍ଟନାୟକଙ୍କ ସଙ୍ଗୀତ ନିର୍ଦ୍ଦେଶନା ଯାତ୍ରା ଜଗତରେ ବେଶ ଚହଳ ସୃଷ୍ଟି କରିପାରିଥିବା ବେଳେ, ଦର୍ଶକଙ୍କ ମନକୁ ବି ବେଶ ଛୁଇଁ ପାରୁଥିବା ଲକ୍ଷ୍ୟ କରାଯାଉଛି।।।
