*ନୂଆପଡ଼ା ଜିଲ୍ଲା ବରିଷ୍ଠ ସାମ୍ବାଦିକ ଶାରୀରିକ ସ୍ବାସ୍ଥ୍ୟଗତ ସମସ୍ୟା ସତ୍ତ୍ୱେ, ସାମ୍ବାଦିକତା ଜାରୀ, ସାମ୍ବାଦିକ ଏକ ନିଶା, ଈଶ୍ୱର ଏବଂ ପରିବାରଙ୍କୁ କୃତଜ୍ଞତା*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ବରିଷ୍ଠ ସାମ୍ବାଦିକ ଡେନିସ ରାୟ ଶାରୀରିକ ସ୍ବାସ୍ଥ୍ୟଗତ ସମସ୍ୟା ସତ୍ତ୍ୱେ, ସାମ୍ବାଦିକତା ଜାରୀ ରଖି ଅନ୍ୟ ଙ୍କ ପାଇଁ ଏକ ଉଦାହରଣ ଅଟନ୍ତି। ଆଜି ତାଙ୍କ ଜନ୍ମ ଦିବସ ଉପଲକ୍ଷେ ଜିଲ୍ଲା ପ୍ରେସ କ୍ଲବ, ଜିଲ୍ଲା ର ବିଭିନ୍ନ ସାମ୍ବାଦିକ ସଙ୍ଗଠନ, ଅନୁଷ୍ଠାନ ପକ୍ଷ ରୁ ହାର୍ଦ୍ଦିକ ଶୁଭେଚ୍ଛା ପ୍ରଦାନ କରିଛନ୍ତି। ଡେନିସ ରାୟ ଙ୍କୁ ୬୫ ବର୍ଷ ହୋଇଥିବା ବେଳେ ସାମ୍ବାଦିକ ଏକ ନିଶା ଅଟେ। ସେ ଫଟୋ ସାମ୍ବାଦିକ ଭାବରେ କାର୍ଯ୍ୟ ଆରମ୍ଭ କରି ଇପିଏ ସାପ୍ତାହିକ ପତ୍ରିକାରେ କାମ କରିଥିଲେ। ଇଣ୍ଡିଆନ ଏକ୍ସପ୍ରେସ ଜିଲ୍ଲା ସାମ୍ବାଦିକ, ପି୭ ନୂଆଦିଲ୍ଲୀ, ଏ ଏନ ଆଇ ରେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଯ୍ୟ କରୁଛନ୍ତି। ନୂଆପଡ଼ା ବିଧାନସଭା ଉପ ନିର୍ବାଚନ ରେ ଖବର ପ୍ରସାରଣ ଉଲ୍ଲେଖନୀୟ ଅବଦାନ ଥିଲା। ୨୦୨୩ ସମିହାରେ ତାଙ୍କ କିଡନୀ ରୋଡ ପୀଡ଼ିତ ହେଲେ। ତାଙ୍କ ୮୦% ପ୍ରତିଶତ ଖରାପ ଥିବା ବେଳେ ୨୦% କିଡନୀ କାମ କରୁଥିବା ବେଳେ ତାଙ୍କ କାର୍ଯ୍ୟ କୁ ଅଗ୍ରାଧିକାର ଦେଇ ଅଞ୍ଚଳ ର ସମସ୍ୟା ସମାଧାନ ପାଇଁ କାର୍ଯ୍ୟ କରି ଆସୁଛନ୍ତି। । ନୀଳ ଲକ୍ଷ ପଥରେ ଆଗକୁ ବଢ଼ି ଚାଲିଛି। ତେଣୁ ସମାଜର ସଦସ୍ୟ, ବନ୍ଧୁ, ସମ୍ପର୍କୀୟ,ପରିବାର ଙ୍କୁ କୃତଜ୍ଞତା ଜଣାଇଛନ୍ତି।
