ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟର ସହାକାରୀ ଶିକ୍ଷୟିତ୍ରୀ କବିତା ରାଉତଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ।
ଭଞ୍ଜଦୂତ ଖବର କାଗଜ ରିପୋର୍ଟର : (ସତ୍ୟବାଦୀ ସେଠୀ ଙ୍କ ସହ ଗୋକୁଳାନନ୍ଦ ବେହେରା)
କାମାକ୍ଷାନଗର –
କାମାକ୍ଷାନଗର ବ୍ଲକ କାନପୁରାସ୍ଥିତ ପଞ୍ଚାୟତରାଜ୍ ଉଚ୍ଚ ବିଦ୍ୟାଳୟରେ କାମାକ୍ଷାନଗର ବ୍ଲକ ଓଷ୍ଟା ଓ ଉକ୍ତ ବିଦ୍ୟାଳୟର ଆନୁକୂଲ୍ୟରେ ସହାକାରୀ ଶିକ୍ଷୟିତ୍ରୀ କବିତା ରାଉତଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ଢେଙ୍କାନାଳ ଓଷ୍ଟା ଜିଲ୍ଲା ସଭାପତି ଶ୍ରୀରାମ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସଭାରେ ଓଷ୍ଟା ରାଜ୍ୟ ସମ୍ପାଦକ ପ୍ରଣବ କୁମାର ଜେନା ମୁଖ୍ୟ ଅତିଥି , ଶିକ୍ଷାବିତ ବଟକୃଷ୍ଣ ଦାସ ମୁଖ୍ୟ ବକ୍ତା , ଶିକ୍ଷାବିତ ପ୍ରମୋଦ କୁମାର ମିଶ୍ର , ଲୋକନାଥ ଷଡ଼ଙ୍ଗୀ , କୈଳାଶ ଚନ୍ଦ୍ର ପୃଷ୍ଟି ,ଉପେନ୍ଦ୍ର ନାଥ ପଣ୍ଡା , ଉପେନ୍ଦ୍ର କୁମାର ପଣ୍ଡା , ଓଷ୍ଟା ଜିଲ୍ଲା କାର୍ଯ୍ୟ କାରୀ ସଭାପତି ସନ୍ତୋଷ କୁମାର ଆଚାର୍ଯ୍ୟ , ଓଷ୍ଟା ବ୍ଲକ ସମ୍ପାଦକ ଗଜେନ୍ଦ୍ର କୁମାର ନାୟକ , ପରିଚାଳନା କମିଟି ସଭାପତି ସଞ୍ଜୟ କୁମାର ରାଉତ , ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଜିତେନ୍ଦ୍ରିୟ ବିଶ୍ଵାଳ , ପୂର୍ବତନ ଛାତ୍ର ସଂସଦ ସଭାପତି ନିହାରକାନ୍ତ ରାଉତ , ସମ୍ପାଦକ ଜିତେନ୍ଦ୍ରପ୍ରସାଦ ସାମଲ , କୋଷାଧ୍ୟକ୍ଷ ସୁଧୀର କୁମାର ରାଉତ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ । ଜଣେ ଆଦର୍ଶ କଳା ଶିକ୍ଷୟିତ୍ରୀଭାବେ ଅଞ୍ଚଳରେ ଖ୍ୟାତି ଅର୍ଜନ କରିଥିବା ଶ୍ରୀମତି ରାଉତଙ୍କର ବଳିଷ୍ଠ ଅବଦାନ , ବିଦ୍ୟାଳୟ ଟି ଜିଲ୍ଲା ତଥା ରାଜ୍ୟ ସ୍ତରୀୟ ପୁରସ୍କାର ପାଇବାରେ ତାଙ୍କର ଭୂମିକା ଅତୁଳନୀୟ ବୋଲି ପ୍ରଧାନଶିକ୍ଷକ ମତ ବ୍ୟକ୍ତ କରିଥିଲେ । ଶିକ୍ଷକ ନିରଞ୍ଜନ ସାହୁ ସମସ୍ତଙ୍କୁ ସ୍ୱାଗତ କରିବାସହ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ବ୍ଲକ ଓଷ୍ଟା ସଭାପତି ସୁରେଶ କୁମାର ବିଶ୍ବାଳ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକ ଧ୍ରୁବଚରଣ ସୁନ୍ଦରାୟ , ଚନ୍ଦ୍ରମଣି ଲେଙ୍କା , ରୁଦ୍ରନାରାୟଣ ପରିଡା , ବାନାର୍ଜୀ ମହାନ୍ତି , ଶିକ୍ଷା କର୍ମଚାରୀ ଗିରିଶ ଚନ୍ଦ୍ର ମହାନ୍ତି , ରବିନାରାୟଣ ରାଉତ , ଶାନ୍ତନୁ ରାଉତ ଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।
