ପବ୍ଲିକ୍ ଆକାଉଣ୍ଟସ୍ କମିଟିର ଭୂମିକା ଉପରେ ଆଲୋଚନାଚକ୍ର
ପଞ୍ଚମ ଅଡିଟ ସପ୍ତାହ ପାଳନ ଅବସରରେ ଓଡିଶା ପ୍ରଧାନ ମହାଲେଖାକର ଅଡିଟ କାର୍ଯ୍ୟାଳୟ, ଭୁବନେଶ୍ୱର ଆନୁକୂଲ୍ୟରେ
ଅଡିଟ ସପ୍ତାହ ଅବସରରେ ଓଡିଶା ବିଧାନସଭା ପବ୍ଲିକ୍ ଆକାଉଣ୍ଟସ୍ କମିଟି (PAC) ଙ୍କ ସହିତ ଏକ ପ୍ୟାନେଲ୍ ଆଲୋଚନାର ଚକ୍ରର ଆୟୋଜନ କରାଯାଇଥିଲା I ଏଥିରେ ସାର୍ବଜନୀନ ଦାୟିତ୍ୱ ଏବଂ ଆର୍ଥିକ ଅଖଣ୍ଡତାକୁ ସୁଦୃଢ଼ କରିବାରେ PAC ର ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ଆଲୋଚନା ହୋଇଥିଲା । ଏହି ଆଲୋଚନା ଚକ୍ରରେ ପବ୍ଲିକ ଏକାଉଣ୍ଟସ କମିଟିର ଅଧ୍ୟକ୍ଷ ଶ୍ରୀ ନିରଞ୍ଜନ ପୂଜାରୀ, କମିଟିର ଅନ୍ୟାନ୍ୟ ସଭ୍ୟ ବିଧାୟକ ଡକ୍ଟର ଅରୁଣ କୁମାର ସାହୁ, ବିଧାୟକ ଏବଂ ବିଧାୟକ ରାମ ଚନ୍ଦ୍ର କାଡ଼ମ ଏବଂ ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଓ ଆକାଉଣ୍ଟାଣ୍ଟ ଜେନେରାଲ୍ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ପ୍ରାରମ୍ଭରେ
ଡେପୁଟି ଆକାଉଣ୍ଟାଣ୍ଟ ଜେନେରାଲ ଶ୍ରୀ ବାନୋଥ ରାକେଶ ନାଏକଙ୍କ ସ୍ୱାଗତ ଭାଷଣ ଦେବା ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ l ଏହାପରେ ଶ୍ରୀ ଡି. ସାହୁ, ପ୍ରିନ୍ସିପାଲ୍ ଆକାଉଣ୍ଟାଣ୍ଟ ଜେନେରାଲ ତାଙ୍କ ଅଭିଭାଷଣରେ ସାର୍ବଜନୀନ କ୍ଷେତ୍ରରେ ଆର୍ଥିକ ସୁରକ୍ଷା ସୁନିଶ୍ଚିତ କରିବାରେ କମିଟି ଦ୍ୱାରା ନିର୍ବାହ କରାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । ଅଡିଟ-1 ର ପ୍ରିନ୍ସପାଲ ଏଜି
ଶ୍ରୀ ସୁବୁ ଆର., CAG ର ସାମ୍ବିଧାନିକ ବିଧି ବ୍ୟବସ୍ତା ଉପରେ ଆଲୋକପାତ କରିଥିଲେ ଏବଂ ଅଡିଟ ରିପୋର୍ଟ ଉପରେ ବିଭିନ୍ନ ବିଭାଗ ଠାରୁ ଉତ୍ତର ଆସିବାରେ ଅତ୍ୟଧିକ ହେଉଥିବା ବିଳମ୍ୱ ପାଇଁ ଚିନ୍ତା ପ୍ରକଟ କରିଥିଲେ ଇ ସମୟୋଚିତ ପିଏସି ବୈଠକ ଠିକ ସମୟରେ ଆୟୋଜିତ କରାଯାଇ ପାରିଲେ ଏହି ଅସୁବିଧାକୁ ଦୂର କରାଯାଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ଅଡିଟ -2 ର ମହାଲେଖାକାର ଶ୍ରୀ ଅତୁଲ ପ୍ରକାଶ, ତାଙ୍କ ବକ୍ତବ୍ୟରେ ଓଡିଶା ବିଧାନସଭାର ପିଏସି ପରି ଏକ ଗୁରୁତ୍ୱପୂର୍ଣ କମିଟିକୁ ସହଯୋଗ କରିବା ପାଇଁ ଏଜି କାର୍ଯ୍ୟାଳୟଗୁଡ଼ିକ ପ୍ରତଶ୍ରୁତିବଦ୍ଧ ।
ପିଏସି ଅଧ୍ୟକ୍ଷ ଶ୍ରୀ ନିରଞ୍ଜନ ପୂଜାରୀ ଏଜି କାର୍ଯ୍ୟାଳୟଗୁଡ଼ିକୁ ସେମାନଙ୍କର କାର୍ଯ୍ୟ ପାଇଁ ପ୍ରଶଂସା କରିଥିଲେ ଏବଂ ଆର୍ଥିକ ଦାୟିତ୍ୱ, FRBM ଆଇନର ଅନୁପାଳନ ନ ହେବା ଏବଂ ଜାତୀୟ ଋଣ ଚିନ୍ତା ଉପରେ ବିସ୍ତୃତ ଭାବରେ ନିଜ ମତାମତ ପ୍ରଦାନ କରିଥିଲେ। ସେ ବିଭାଗୀୟ ଅସହଯୋଗର ସମସ୍ୟାଗୁଡ଼ିକୁ ସ୍ୱୀକାର କରିବା ସହ ଏବେ ପିଏସି ଠକେଇ ଏବଂ ଦୁର୍ନୀତି ଭଳି ସହିତ ଜଡିତ ଗୁରୁତର ମାମଲାଗୁଡ଼ିକ ଉପରେ ଧ୍ୟାନ ଦେବାକୁ ନିଷ୍ପତ୍ତି ନେଇଛି I ସଚିବାଳୟରେ କର୍ମଚାରୀ ଅଭାବ ଥିଲେ ମଧ୍ୟ ଦରକାର ପଡିଲେ ପ୍ରମୁଖ କ୍ଷେତ୍ରରେ ବିଶେଷଜ୍ଞମାନଙ୍କୁ ସାମିଲ କରାଯିବାକୁ ନିଜର ମତ ରଖିଥିଲେ ।
କମିଟିର ଅନ୍ୟତମ ସଦସ୍ୟ ଡକ୍ଟର ଅରୁଣ କୁମାର ସାହୁ ନିରନ୍ତର ଦୁର୍ନୀତି ଉପରେ ଚିନ୍ତା ପ୍ରକାଶ କରିଥିଲେ ଏବଂ ଦୃଢ଼ ଉତ୍ତରଦାୟିତ୍ୱ ସମ୍ପର୍ଣ ବ୍ୟବସ୍ଥା ଏବଂ ଅନିୟମିତତା ଉପରେ କଠୋର କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି ବୋଲି କହିଥିଲେ I ସେ ଆର୍ଥିକ ବିଚ୍ୟୁତିକୁ ବ୍ୟାପକ ଭାବରେ ରିପୋର୍ଟ କରିବା ପାଇଁ ଅଡିଟରଙ୍କ ଦାୟିତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ।ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ତାଙ୍କ ବକ୍ତବ୍ୟରେ ଅଡିଟ୍ ଦିବସ ପାଳନ ଅବସରରେ ଏଜି କାର୍ଯ୍ୟାଳୟଗୁଡ଼ିକୁ ଅଭିନନ୍ଦନ ଜଣାଇବା ସହ ଓଡ଼ିଶାର ଦୃଢ଼ ଆର୍ଥିକ ପ୍ରଦର୍ଶନ ସୁନିଶ୍ଚିତ କରିବାରେ ପିଏସି ଏବଂ ଏଜି ପ୍ରତିଷ୍ଠାନଗୁଡ଼ିକର ସହଯୋଗ ପ୍ରୟାସକୁ ପ୍ରଶଂସା କରିଥିଲେ।
ବୈଠକଟି ଧନ୍ୟବାଦ ପ୍ରସ୍ତାବ ସହିତ ଶେଷ ହୋଇଥିଲା l ଏହି କାର୍ଯ୍ୟକ୍ରମକୁ ପିଏସିର ବରିଷ୍ଠ ଲେଖା ପରୀକ୍ଷା ଅଧିକାରୀ ଶ୍ରୀମନ୍ତ କୁମାର ପଣ୍ଡା ଓ ରିକି ସରକାର ପରିଚାଳନା କରିଥିଲେ l ବିଂଝାରପୁର ରୁ ବିଜୟ କୁମାର ବାରିକି ଙ୍କ ରିପୋର୍ଟ,,,,
