ଘର ଭିତରକୁ ମାଡ଼ିଗଲା ଟ୍ରକ୍,ବର୍ତ୍ତିଲେ ବୃଦ୍ଧ ଦମ୍ପତି।
ବର୍ତ୍ତମାନର ବଡ଼ ଖବର
ସ୍ଥାନ ଢେଙ୍କାନାଳ
ଢେଙ୍କାନାଳ କାମାକ୍ଷାନଗର : କାମାକ୍ଷାନଗର ଥାନା ୫୩ ନମ୍ବର ଜାତୀୟ ରାଜପଥର ବାଙ୍ଗୁରା ଛକ ନିକଟରେ ଏକ ଟ୍ରକ୍ ଭାରସାମ୍ୟ ହରାଇ ରାସ୍ତା ତଳକୁ ମାଡ଼ି ଯାଇଛି। ରାସ୍ତା ପାର୍ଶ୍ଵରେ ଥିବା ଏକ ଚାଳଛପର ଘର ଟ୍ରକ୍ ଧକ୍କାରେ ଭାଙ୍ଗିରୁଜି ଯାଇଥିବା ବେଳେ ବୃଦ୍ଧ ଦମ୍ପତି ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁଯାୟୀ,୧୦ଚକିଆ ଟ୍ରକ୍ଟି କାମାକ୍ଷାନଗରରୁ ତାଳଚେର ଅଭିମୁଖେ ଯାଇଥିଲା। ବାଙ୍ଗୁରା ଛକ ନିକଟରେ ଚାଳକ ଭାରସାମ୍ୟ ହରାଇବାରୁ ଟ୍ରକ୍ ରାସ୍ତା ତଳକୁ ଖସି ଘର ଉପରକୁ ମାଡ଼ି ଯାଇଥିଲା। ବୃଦ୍ଧ ଦମ୍ପତି ସେହି ଘର ମଧ୍ଯରେ ନଥିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲା। ଗ୍ରାମବାସୀ ଘଟଣା ସ୍ଥଳରେ ଗାଡ଼ି ଛାଡ଼ି ଚାଳକ ଫେରାର୍ ହୋଇ ଯାଇଥିଲେ। ଅସହାୟ ବୃଦ୍ଧ ଦମ୍ପତିଙ୍କ ଘର ଭାଙ୍ଗିଥିବାରୁ ତାହା ନିର୍ମାଣ କରିବା ଦାବୀରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିଲେ। କାମାକ୍ଷାନଗର ପୋଲିସ୍ ପହଞ୍ଚି ବୁଝାସୁଝା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ପୁଲିସ୍ ଟ୍ରକ୍କୁ ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଛି।
କାମାକ୍ଷାନଗର ରୁ ସତ୍ୟବାଦୀ ସେଠୀ ଙ୍କ ସହ ଢେଙ୍କାନାଳ ରୁ ଗୋକୁଳାନନ୍ଦ ବେହେରା ଙ୍କ ରିପୋର୍ଟ ।
