*କୋମନା ବ୍ଲକ ବନଖଣ୍ଡ ୱାଲ୍ଡଲାଇଫ ବିଭାଗ ଦ୍ୱାରା ବାରହା ମାଂସ ଓ ବାଇକ ଜବତ,୪ ଗିରଫ,*
ନୂଆପଡା (ମିଖାଏଲ ନନ୍ଦ):
ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ କୋମନା ବନାଞ୍ଚଳ ଆନ୍ତର୍ଭୁକ୍ତ ଜନ୍ଦ୍ରାମୁଣ୍ଡା ଗାଁରୁ ରନ୍ଧା ବାରହା ମାଂସ ଜବତ ସହ ୪ ଜଣ ଗିରଫ। ସୂଚନା ଅନୁସାରେ କୋମନା ବନାଞ୍ଚଲ ଅଧୂନସ୍ଥ ବରନ୍ଦା ପାଟ ଗାଁର କେଶବ ମାଝୀ (୪୬) ନିଜ ଚାଷ ଜମିରେ ଧାନ ଅମଳ କରୁଥିବା ସମୟରେ ଏକ ବାରହା ତାଙ୍କ ସମ୍ମୁଖରେ ଆସିଥିଲା । ଠିକ୍ ସେହି ସମୟରେ କେଶବ ଏକ ଟାଙ୍ଗିଆରେ ବାରହାକୁ ଆକ୍ରମଣ କରି ହତ୍ୟା କରିଥିଲା। ପରେ ଖଇରଭାଡ଼ି ଗାଁର ନିଜ ସମ୍ପର୍କୀୟ ସୁବନ୍ତ ମାଝୀଙ୍କୁ ଖବର ଦେଇ ଥିଲା । ସୁବନ୍ତ ଏକ ବାଇକ ଯୋଗେ ବରନ୍ଦା ପାଟ ଗାଁକୁ ଆସି କେଶବ ଠାରୁ ଉକ୍ତ ମୃତ ବାରାହାକୁ ନେଇଥିଲା । ପରେ ଜନ୍ଦ୍ରାମୁଣ୍ଡା ଗାଁର କେଶବ ମାଝୀ(୪୬) ଓ ମୋହନ ମାଝୀ (୩୨)ଙ୍କ ସହ ମିଶି ସେଠାର ବାରହାକୁ କାଟି ମାଂସ ବିକ୍ରି କରିଥିଲେ ଓ ବାକିତକ ମାଂସକୁ ରୋଷେଇ କରି ଖାଇଥିଲେ। ସେପଟେ କୋମନା ୱାଲ୍ଡଲାଇଫ ଏସିଏଫ ସଞ୍ଜୀବ କୁମାର ବନଗୋଲା ବିଶେଷ ସୂତ୍ରରୁ ଖବର ପାଇ ଏକ ଫରେଷ୍ଟ ଟିମ୍ ସହ ଗୁରୁବାର ରାତି ୧୦ ଟାରେ ଜନ୍ଦ୍ରାମୁଣ୍ଡା ଗାଁରେ ଚଢ଼ାଉ କରି ଥିଲେ। ଚଢ଼ାଉ ସମୟରେ ୩ ଜଣଙ୍କୁ ଗିରଫ କରିବା ସହ ରନ୍ଧା ମାଂସ, ଏକ ମୋଟର ସାଇକେଲ, ନିକିତି, ଟାଙ୍ଗିଆ ସହ ବିଭିନ୍ନ ସାମଗ୍ରୀ ଜବତ କରି କୋମନା ବନାଞ୍ଚଳ କାର୍ଯ୍ୟାଳୟକୁ ନେଇଥିଲେ। ଶୁକ୍ରବାର ବନାଞ୍ଚଲ ଅଧୂକାରୀ ଦେବଦତ୍ତ ସୁତ୍ତାରଙ୍କ ନେତୃତ୍ୱରେ ଏକ ଟିମ ବରନ୍ଦା ପାଟ ଗାଁକୁ ଯାଇ ମୁଖ୍ୟ ଅଭିଯୁକ୍ତ କେଶବ ମାଝୀ(୪୬)ଙ୍କୁ ଗିରଫ କରିଥିଲେ । ବର୍ତମାନ କେସ ନଂ, ୧୭୪/୨୫ ରେ ଏକ ମାମଲା ରୁଜୁ କରି ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଅଧୂକ ତଦନ୍ତ ଜାରି ରହିଛି ।
