
ଅନୁଗୋଳ ଜିଲ୍ଲା ର ବଅଁରପାଳ ବ୍ଲକ ଅନ୍ତର୍ଗତ ଅରାହାଟ ଠାରେ ଥିବା ନାରାୟଣୀ ଇଞ୍ଜିନିୟରିଂ କଲେଜ ରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଯେଉଁଥିରେ ମୁଖ୍ୟ ଅତିଥି ଭାବେ ଡାକ୍ତର ସୁସ୍ମିତା ସାହୁ ଉପସ୍ଥିତ ରହିଥିଲେ । ମୁଖ୍ୟ ବକ୍ତା ଭାବେ ଆଡଭୋକେଟ ଋତୁପର୍ଣ୍ଣା ମହାନ୍ତି ଉପସ୍ଥିତ ଥିଲେ । ଏହି ଦିବସ ର ଏକ ସୁନ୍ଦର ଥିମ୍ ଭାବରେ ତ୍ୱରିତ କାର୍ଯ୍ୟ କରିବା ଓ ପ୍ରତ୍ୟେକ କ୍ଷେତ୍ରରେ ମହିଳା ଙ୍କୁ ସମ୍ମାନ , ସମାନ ପ୍ରଦାନ କରିବା କୁ ଗୁରୁତ୍ଵ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିବା ଆଡଭୋକେଟ ଋତୁପର୍ଣ୍ଣା ମହାନ୍ତି କହିଥିଲେ କି ସଂସାର ଗଠିବା ପାଇଁ ଯେମିତି ଗୋଟିଏ ନାରୀ ଓ ପୁରୁଷ ଉଭୟ ଙ୍କ ଆବଶ୍ୟକତା ପଡ଼ିଥାଏ ଠିକ୍ ସେହିଭଳି ବିଭିନ୍ନ ଅନୁଷ୍ଠାନ ଗୁଡ଼ିକୁ ସଠିକ୍ ଭାବରେ ଚଳାଇବା ପାଇଁ ମହିଳା କର୍ମଚାରୀ ଙ୍କ ନିଯୁକ୍ତି ସହିତ ପ୍ରାଧାନ୍ୟ ଦେବା ନିହାତି ଆବଶ୍ୟକ ବୋଲି କହିଥିଲେ । ସେହିଭଳି ମହିଳା ମାନଙ୍କୁ ପରିବାର ର ଜନନୀ ଭାବରେ ନିଜର କର୍ତ୍ତବ୍ୟ ପାଳନ କରିବା ସହିତ ଉପଯୁକ୍ତ ସଂସ୍କାର ଦେଲେ ଆଗାମୀ ଦିନରେ ଏକ ସୁନ୍ଦର ପରିବେଶ ସହିତ ସମାଜ କୁ ସଂସ୍କାର ମିଳିବ । ମୁଖ୍ୟ ଅତିଥି ଡାକ୍ତର ସୁସ୍ମିତା ସାହୁ ପ୍ରୋଜେକଟ ମାଧ୍ୟମରେ ଦେଖାଇବା ସହ ଆପଣମାନେ ହିଁ ନୂତନତ୍ବ ର ଉଦ୍ଭାବକ, ତୁମେ ମାନେ କିଭଳି ଜଣେ ଭଲ ଅଭିଭାବକ ହୋଇ ପାରିବ , କିଭଳି ଛୋଟ ପିଲାଙ୍କ ଯତ୍ନ ନେଲେ ସେମାନେ ସମାଜରେ ଉପଯୁକ୍ତ ଶିଶୁ ଭାବରେ ନିଜର କର୍ତ୍ତବ୍ୟ କରି ପାରିବ ଏହା ହିଁ ଶିକ୍ଷା ପାଇବା ଜରୁରୀ ବୋଲି ଆଲୋଚନା କରିଥିଲେ । ଗୋଟିଏ ଛୋଟ ଶିଶୁ ନିଜର ପିତା ମାତା ଙ୍କ ଆଚରଣ , ଉଚ୍ଚାରଣ ,ସଂସ୍କାର ଆଦି ପିଲାଙ୍କ ଜୀବନ ଉପରେ ପ୍ରଭାବ ପକାଏ ବୋଲି ଡାକ୍ତର ସାହୁ କହିଥିଲେ ।ତେବେ ଏହି କାର୍ଯ୍ୟକ୍ରମ ରେ ନାରାୟଣୀ ଇଞ୍ଜିନିୟରିଂ କଲେଜ ର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଙ୍କ ସହିତ ସ୍ୱର୍ଣ୍ଣପ୍ରଭା ସିଂହ , ସୌମ୍ୟ ରଞ୍ଜନ ପଟ୍ଟନାୟକ ଉପସ୍ଥିତ ରହି କାର୍ଯ୍ୟକ୍ରମ ଟିକୁ ସୁଚାର ରୂପେ ପରିଚାଳନା କରିଥିଲେ ।