ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ୨୦୨୫।
ରଙ୍ଗେଈଲୁଣ୍ଡା -ବାଲାଜୀ ବିଦ୍ୟା ପୀଠ ଠାରେ ରଙ୍ଗେଈଲୁଣ୍ଡା ବ୍ଲକ ର ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ପରିବହନ ଓ ଖଣି ମନ୍ତ୍ରୀଙ୍କ ରଙ୍ଗେଈଲୁଣ୍ଡା ବ୍ଲକ ପ୍ରତିନିଧି ବ୍ରଜମୋହନ ନାୟକ ଏବଂ ମାନ୍ୟବର ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀଙ୍କ ପ୍ରତିନିଧି ଅଶ୍ୱିନୀ କୁମାର ସାହୁ ଯୋଗଦେଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ। ମୁଖ୍ୟ ବକ୍ତା ଭାବେ ଜିଲ୍ଲା ମତ୍ସ୍ୟଧିକାରୀ ଭାରତ ଭୂଷଣ ଜେ ସାହୁ ଯୋଗଦେଇ ସରକାରଙ୍କ ମାଛ ଚାଷ ପାଇଁ ଥିବା ବିଭିନ୍ନ ସ୍କିମ ଚାଷୀ ମାନଙ୍କୁ ଅବଗତ କରାଇଥିଲେ। ଏହି ଚାଷ କରି ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟକୁ ରୋଜଗାର ଦେଇଥାଏ ବୋଲି ତାଙ୍କ ବକ୍ତବ୍ୟ ରେ ପ୍ରକାଶ କରିଥିଲେ। ସମ୍ମାନୀତ ଅତିଥିଭାବେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡ଼ଃ ଅଞ୍ଜନ କୁମାର ଦାସ ଯୋଗଦେଇ ପୂର୍ଵ ରୁ ଏହି କାର୍ଯ୍ୟକ୍ରମ କେବଳ ଜିଲ୍ଲା ଏବଂ ରାଜ୍ୟ ସ୍ତରୀୟ କରାଯାଉଥିଲା କିନ୍ତୁ ବର୍ତ୍ତମାନ ଏହା ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମ କରାଗଲା ଯାହାଫଳରେ ଲୋକମାନେ ସରକାରଙ୍କ ଯୋଜନା ର ଉପକୃତ ପାଇପାରିବେ।ଡ଼ଃ ଅରବିନ୍ଦ ବେହେରା ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ ବ୍ରହ୍ମପୁର ଯୋଗଦେଇ ଚାଷୀ ମାନେ ଯଦି ସରକାରଙ୍କ ଏହି ଯୋଜନା ରୁ ଯଦି ଫାଇଦା ନେଇପାରନ୍ତି ତାହାହେଲେ ଚାଷୀ ମାନଙ୍କ ଆର୍ଥିକ ସ୍ଵଛଳ ରହିପାରିବ ବୋଲି କହିଥିଲେ।ଅନ୍ୟମାନଙ୍କ ମଧ୍ୟରେ ରଙ୍ଗେଈଲୁଣ୍ଡା ବିଡ଼ିଓ ବିଶ୍ଵଜୀତ ରୟ, ତହସିଲଦାର କବିରାଜ ପ୍ରଧାନ, ଗୋଷ୍ଠି ପ୍ରାଣୀ ଚିକିତ୍ସାଧିକାରୀ ଡ଼ଃ କିରଣ କୁମାର ବିଶୋଇ, ବ୍ଲକ ସହକାରୀ ମତ୍ସ୍ୟଧିକାରୀ ମୋନାଲିସା ମିଶ୍ର, ଚିନ୍ମୟ।ନନ୍ଦ ଦାସ ମହାରାଜ ପ୍ରମୁଖ ମଞ୍ଚାସିନ ଥିଲେ। ଏହି ଅବସରରେ ରଙ୍ଗେଈଲୁଣ୍ଡା ବ୍ଲକ ର ପ୍ରାୟ ୬୫୦ଜଣ ଚାଷୀ କାର୍ଯ୍ୟକ୍ରମ ଅଂଶଗ୍ରହଣ କରିଥିବା ବେଳେ ସଫଳ ଚାଷୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ସରକାରୀ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା।
