ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନ ଦ୍ଵାରା ୩୫ଜଣ ପୁରୁଷ ତାଲିମାର୍ଥୀ କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବ ତାରିଖ ୨୧.୧୧.୨୦୨୫ ଦିନ ଅନୁଷ୍ଠିତ ହୋଇଯାଇଛି I
ଗଜପତି (ଟିକି ଲିମା)
ଏହି ୩୦ ଦିନିଆ ତାଲିମ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ରାୟଗଡ ବ୍ଲକ ତାଳମୁଣ୍ଡା ଗ୍ରାମ ପଞ୍ଚାୟତ ର ବିଭିନ୍ନ ଗ୍ରାମର ପୁରୁଷ ମାନଙ୍କୁ ନେଇ ଅନୁଷ୍ଠିତ ହୋଇ ଥିଲା। ଏଥିରେ ମୋଟ ୩୫ ଜଣ ପୁରୁଷ ଉପସ୍ଥିତ ଥିଲେ । ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀମାନ ତ୍ରିନାଥ ନାଗ, ସଭାପତିତ୍ୱ କରିଥିଲେ ଏବଂ ଜିଲ୍ଲା ଶିଳ୍ପ କେନ୍ଦ୍ର, ଗଜପତି ଜିଲ୍ଲାର ସାଧାରଣ ପ୍ରବନ୍ଧକ ଶ୍ରୀମାନ ସୁନାରାମ ସିଂ ତଥା ଓଡିଶା ଜୀବିକା ମିଶନ, ଗଜପତିର ଜିଲ୍ଲା ପ୍ରକଳ୍ପ ପ୍ରବନ୍ଧକ ଶ୍ରୀମାନ ଟିମନ ବାରା, ଜିଲ୍ଲା ପରିଷଦର ପ୍ରକଳ୍ପ ପ୍ରବନ୍ଧକ ତଥା ରାଜମିସ୍ତ୍ରୀର ନୋଡାଲ ଅଧିକାରୀ ଶ୍ରୀମାନ ଦେବେନ୍ଦ୍ର ନାଥ କର ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ । ପୁରୁଷ ତାଲିମ ପ୍ରତିଭାଗୀ ମାନଙ୍କୁ ଭାଷଣ ମାଧ୍ୟମରେ ବିଭିନ୍ନ ଉଦାହରଣ ଦେଇ ମନଯୋଗ ସହକାରେ ତାଲିମ ପ୍ରାପ୍ତ ହୋଇ ଭବିଷ୍ୟତରେ ଉତ୍ତରୋତ୍ତର ଉନ୍ନତି କରିବାକୁ ପରାମର୍ଶ ଦେଇଥିଲେ ଏବଂ ସମସ୍ତେ ଯେପରି ଭବିଷ୍ୟତରେ ନିଜେ ଜଣେ ସ୍ୱାବଲମ୍ବୀ ଭାବେ ରୋଜକାରୀକ୍ଷମ ରାଜ ମିସ୍ତ୍ରୀ ଉଦ୍ୟୋଗୀ ହୋଇପାରିବେ । ଏହି ସଭାରେ ଅନୁଷ୍ଠାନର ରାଜ ମିସ୍ତ୍ରୀ ଏବଂ କଂକ୍ରିଟ କାଯ୍ୟର ପ୍ରଶିକ୍ଷିକ ଶ୍ରୀମାନ ହରିଶ ଚନ୍ଦ୍ର କାର୍ଜୀ ଉପସ୍ଥିତ ଥିଲେ | ଶେଷରେ ଅନୁଷ୍ଠାନର ପ୍ରାଧ୍ୟାପକ ତଥା ସଂଯୋଜକ ଶ୍ରୀମାନ ପ୍ରଦୀପ କୁମାର ଦାସ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରି ଥିଲେ l ବରିଷ୍ଠ ପ୍ରାଧ୍ୟାପକ ଶ୍ରୀମାନ ଦିଲ୍ଲୀପ କୁମାର ତନ୍ତି ଉପସ୍ଥିତ ରହି କାର୍ଯ୍ୟକୁ ସୁଚାର ରୂପେ ସମ୍ପାଦନା କରିଥିଲେ l
