ଶିଶୁ ଦିବସରେ ହିନ୍ଦୀ ଶିକ୍ଷକ ଡ଼କ୍ଟର ରମାକାନ୍ତ ମହାନ୍ତଙ୍କୁ ଭବ୍ୟ ସମ୍ବର୍ଦ୍ଧନା :
********************************
ପାଟଳୀପୁରା ଗ୍ରାମ ପଞ୍ଚାୟତରେ ଥିବା କୃଷ୍ଣ ଚନ୍ଦ୍ର ଶିକ୍ଷା ନିକେତନ ସରକାରୀ ଉଚ୍ଚ ବିଦ୍ୟାଳୟ ପାଟଳୀପୁରାର ହିନ୍ଦୀ ଶିକ୍ଷକ ଡ଼କ୍ଟର ରମାକାନ୍ତ ମହାନ୍ତଙ୍କୁ ଅନୁଷ୍ଠାନ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି l ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କାଞ୍ଚନମାଳା ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବିଦାୟ ସମାରୋହରେ ପ୍ରଥମେ ଅନୁଷ୍ଠାନ ପକ୍ଷରୁ ବିଦାୟୀ ଶିକ୍ଷକଙ୍କୁ ପୁଷ୍ପ ଗୁଚ୍ଛ ଫୁଲ ଚନ୍ଦନ ଉପଢୌକନ ଏବଂ ସମ୍ବର୍ଦ୍ଧନା ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବରେ ମହାରାଜା ଶ୍ରୀ ରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱ ବିଦ୍ୟାଳୟର ସହାୟକ ପ୍ରଫେସର ଡ଼କ୍ଟର ସରୋଜ କୁମାର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ବିଦାୟୀ ଶିକ୍ଷକ ଡ଼କ୍ଟର ରମାକାନ୍ତ ମହାନ୍ତଙ୍କର ପରିବେଶ ସୁରକ୍ଷା ଓ଼ ପ୍ରକୃତିର ସଂରକ୍ଷଣ ବିଶେଷ କରି ଶିମିଳିପାଳର ସୁରକ୍ଷା ଓ଼ ବିକାଶ ପାଇଁ ନିରନ୍ତର ଉଦ୍ୟମ ଏକ ଦୃଷ୍ଟାନ୍ତ ବୋଲି କହିଥିଲେ l ମୁଖ୍ୟ ବକ୍ତା ଭାବରେ ପ୍ରାକ୍ତନ ଜିଲ୍ଲା ବିଜ୍ଞାନ ପରିଦର୍ଶକ ତଥା କଣ୍ଟାପାଳ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କବି ଅମିତାଭ ମିଶ୍ର ଯୋଗଦାନ କରି ଡ଼କ୍ଟର ରମାକାନ୍ତ ମହାନ୍ତଙ୍କର ସୃଜନଶୀଳ ପ୍ରତିଭା ଅନନ୍ୟ ବୋଲି କହି ଭାରତର ୧୦ ଟି ଆକାଶବାଣୀ କେନ୍ଦ୍ରରୁ ତାଙ୍କର ସାରସ୍ୱତ ସୃଷ୍ଟି ପ୍ରସାରଣ ଏବଂ ଅନେକ ପତ୍ର ପତ୍ରିକାରେ ତାଙ୍କର ଲେଖା ପ୍ରକାଶିତ ହୋଇଥିବାରୁ ଅନ୍ୟ ମାନଙ୍କ ପାଇଁ ସବୁଦିନ ଉଦାହରଣ ହୋଇରହିବେ ବୋଲି କହିଥିଲେ l ସମ୍ମାନିତ ଅତିଥି ଭାବରେ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ସତ୍ୟ ରଞ୍ଜନ ସାହୁ, ବେତନଟୀ ବ୍ଲକ ଓଷ୍ଟା ର ଉପସଭାପତି ପ୍ରକାଶ ଚନ୍ଦ୍ର ପ୍ରଧାନ,ପରିଚାଳନା କମିଟିର ସଦସ୍ୟ ପ୍ରଭାକର ମହାପାତ୍ର, ବିଦ୍ୟାଳୟର ପ୍ରାକ୍ତନ କ୍ରୀଡା ଶିକ୍ଷକ ବାବାଜୀ ଦାସ, ଆଲୁମିନୀ ସଭାପତି ସର୍ବେଶ୍ୱର ମହାନ୍ତି ପ୍ରମୁଖ ବିଦାୟୀ ଶିକ୍ଷକ ଡ଼କ୍ଟର ରମାକାନ୍ତ ମହାନ୍ତଙ୍କର ବିଦ୍ୟାଳୟ ପ୍ରତି ଦାୟିତ୍ୱବୋଧ, କର୍ତ୍ତବ୍ୟ ନିଷ୍ଠା ଏବଂ ସୁବର୍ଣ୍ଣ ଜୟନ୍ତୀ ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିବା ପାଇଁ ୫୦ ହଜାରଟଙ୍କା ଅବଦାନ ସବୁଦିନ ସ୍ମରଣୀୟ ହୋଇ ରହିବ ବୋଲି କହିଥିଲେ l ଏହି ଅବସରରେ ଏହି ବିଦ୍ୟାଳୟର ଗଣିତ ଶିକ୍ଷକ ଚତୁର୍ଭୁଜ ମଲ୍ଲିକ ବାଲେଶ୍ୱର ଜିଲ୍ଲାର ବାଲିଆପାଳ ବ୍ଲକର କ୍ଷେତ୍ର ମୋହନ ଉଚ୍ଚ ବିଦ୍ୟାଳୟକୁ ବଦଳି ହୋଇ ଯାଇଥିବାରୁ ବିଦାୟ ସମ୍ବର୍ଦ୍ଧନା ଏବଂ ବିଦ୍ୟାଳୟରେ ନୂତନ ଭାବରେ ହିନ୍ଦୀ ଶିକ୍ଷୟିତ୍ରୀ ଭାବରେ ମଧୁସ୍ମିତା ପ୍ରଧାନ ଏବଂ ଗଣିତ ଶିକ୍ଷକ ଭାବରେ ସାଲକୁ ହେମ୍ବ୍ରମ ଯୋଗଦାନ କରି ଥିବାରୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା l
ଅଧ୍ୟକ୍ଷୀୟ ବକ୍ତବ୍ୟ ପ୍ରଦାନ କରି ଶ୍ରୀ ମତୀ ଜେନା ବିଦୟୀ ଶିକ୍ଷକ ଡ଼କ୍ଟର ରମାକାନ୍ତ ମହାନ୍ତଙ୍କର ଅନେକ ସଦଗୁଣ ଏବଂ ବହୁମୁଖୀ ପ୍ରତିଭାର ଅଧିକାରୀ ବୋଲି କହି ଉଚ୍ଚ ପ୍ରଶଂସା କରିଥିଲେ ll ସଭା କାର୍ଯ୍ୟକ୍ରମକୁ ସଂଯୋଜନା ଏବଂ ପରିଚାଳନା କରିଥିଲେ ଓଷ୍ଟାର ବେତନଟୀ ବ୍ଲକ ସଭାପତି ତଥା ବିଜ୍ଞାନ ଶିକ୍ଷକ ଶିଶିର କୁମାର ନାୟକ ଏବଂ ଧନ୍ୟବାଦ ପ୍ରଦାନ କରିଥିଲେ ଶିକ୍ଷୟିତ୍ରୀ ରୀତା ରାଣୀ ଦାସ l ଏଥିରେ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ,ଶିକ୍ଷକ ଶିକ୍ଷୟିତ୍ରୀ, ପ୍ରାକ୍ତନ ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ l
