*ନୂଆପଡା ଉପ ନିର୍ବାଚନ ରେ ଅତି ସମ୍ବେଦନଶୀଳ ବୁଥ୍ ୮ ଗୋଟି ରହିଥିବା ବେଳେ ସମସ୍ତ ୮ ଗୋଟି ପୋଳିଙ୍ଗ ଅଧିକାରୀଙ୍କୁ ସୁରକ୍ଷା ବ୍ୟବସ୍ଥା ରେ ମାଓ ପ୍ରବଣ ସୁନାବେଡ଼ା ଓ ସୋସେଙ୍ଗ ଠାରେ ଅବତରଣ କରି ଆଜି ଛାଡ଼ିବେ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡା ଉପ ନିର୍ବାଚନ ରେ ଅତି ସମ୍ବେଦନଶୀଳ ବୁଥ୍ ୮ ଗୋଟି ରହିଥିବା ବେଳେ ସମସ୍ତ ୮ ଗୋଟି ବୁଥ ରେ ପୋଳିଙ୍ଗ ଅଧିକାରୀଙ୍କୁ ସୁରକ୍ଷା ବ୍ୟବସ୍ଥା ରେ ମାଓ ପ୍ରବଣ ସୁନାବେଡ଼ା ଓ ସୋସେଙ୍ଗ ଠାରେ ସେତନ୍ତ୍ର ବାୟୁସେନା ହେଲିକପ୍ଟର ରେ ଅବତରଣ କରି ଆଜି ଛାଡ଼ିବେ। ଏହି ଆଠ ଗୋଟି ପୋଲିଙ୍ଗ ଦଳ ରେ ମୋଟ ୪୦ ଜଣ ନିର୍ବାଚନ ଅଧିକାରୀ ରହିଥିବା ବେଳେ ୨ ଜଣ ସେକ୍ଟର ଅଧିକାରୀ ରହିଛନ୍ତି। ସୁନାବେଡ଼ା ସେକ୍ଟର ଅଧିକାରୀ ଙ୍କ ଦାୟିତ୍ୱରେ ୫ ଗୋଟି ବୁଥ ରହିଥିବ ବେଳେ ଶୋସେଙ୍ଗ ସେକ୍ଟର ଅଧିକାରୀ ଙ୍କ ଅଧୀନରେ ୩ ଗୋଟି ବୁଥ ରହିଅଛି। ସମୁଦାୟ ୪୨ ଜଣ ନିର୍ବାଚନୀ ଦଳ ହେଲିକପ୍ଟର ରେ ଯିବା କାର୍ଯ୍ୟକ୍ରମ ରହିଅଛି।
