ଆମ୍ବପଳାସ ଶସସ୍ତ୍ର ଡକାୟତି ରେ ୩ ଗିରଫ , 11 ଡକାୟତ ଅଛନ୍ତି ଫେରାର।
ସ୍ଥାନ ପରଜଙ୍ଗ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଆମ୍ବ ପଳାସ ଗ୍ରାମରେ ଗତ ସୋମବାର ସଂଧ୍ୟା ରେ ଘଟିଥିବା ସଶସ୍ତ୍ର ଡକାୟତି ଘଟଣାରେ ପୋଲିସ ୩ ଜଣ ଡକାୟତ ଙ୍କୁ ଗିରଫ କରିଥିଲେ ସେମାନଙ୍କ ଠାରୁ ଗୋଟିଏ ବାଇକ୍ ୧୪ଗ୍ରାମର ସୁନା,୩ଟି ମୋବାଇଲ ଫୋନ ଜବତ କରିଛି ପରଜଙ୍ଗ ପୋଲିସ, ଅଭିଯୁକ୍ତ ମାନେ ହେଲେ,ଆମ୍ବପଳାଶ ଗ୍ରାମର ମଣ୍ଟୁ ସାହୁ, ସିଙ୍ଗଡ଼ା ଗ୍ରାମର ବିଷ୍ଣୁ ସାହୁ, ଆଉଜଣେ ହେଲେ,ରତିଙ୍କାନ୍ତ ନାୟକ, ବୋଲି ଜଣାପଡିଛି ରତିକାନ୍ତ ଙ୍କ ଘର ତାଳଚେର ଅଞ୍ଚଳ ବୋଲି ଜଣାପଡିଛି, ଶନିବାର ଦିନ କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ 11,ଜଣ ଫେରାର ଅଛନ୍ତି। ସୋମବାର ସଂଧ୍ୟା ରେ ୧୨ ରୁ ଉର୍ଦ୍ଧ ମୁଖା ପିନ୍ଧା ଦୁର୍ବୃତ୍ତ ମାରଣାସ୍ତ୍ର ଧରି ରମେଶ ଚନ୍ଦ୍ର ମହାପାତ୍ର ଙ୍କ ଘରେ ପଶି ଥିଲେ। ତାଙ୍କ ସ୍ତ୍ରୀ ଙ୍କ ମୁଣ୍ଡରେ ଜଣେ ଦୁର୍ବୃତ୍ତ ବନ୍ଧୁକ ଲଗାଇ ଥିବା ବେଳେ ଅନ୍ୟମାନେ ଘରେ ଥିବା ନଗଦ ଅଢେଇ ଲକ୍ଷ ଟଙ୍କା ଓ ପାଞ୍ଚ ଭରି ସୁନା ଅଳଙ୍କାର ଲୁଟ୍ କରି ନେଇଥିଲେ। ପରେ ନିକଟରେ ଥିବା ପଡୋଶୀ ଘର ଗଗନ ମହାପାତ୍ର ଙ୍କ ଘରେ ପଶିଥିଲେ। ଗଗନ ଙ୍କ ପରିବାର ଲୋକେ ଜାଣିପାରି ଗୋଟିଏ ଘର ଭିତରେ ରହି କବାଟ ବନ୍ଦ କରି ରହି ଯାଇଥିଲେ। କବାଟକୁ ଲୁଟେରା ମାନେ ଗୁଳି ଚାଳନା କରି ଗଗନ ଙ୍କ ମାଆ ଙ୍କ କାନରୁ ସୁନା ଫୁଲ ଛିଣ୍ଡାଇ ନେଇ ଜଙ୍ଗଲକୁ ପଳାଇଥିଲେ।
କାମାକ୍ଷାନଗର ରୁ ସତ୍ୟବାଦୀ ସେଠୀ ଙ୍କ ରିପୋର୍ଟ।
