*ବାରିକ ସମାଜ ରେ ପ୍ରଥମ ମହା ସମାରୋହ ଓ ନୂତନ ସମାଜ ଗୃହ ଉଦଘାଟନ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡା ଜିଲ୍ଳା ର ବାରିକ ପରିବାର ଏକାଠି ହୋଇ ବାରିକ ସମାଜ ରେ ପ୍ରଥମ ମହା ସମାରୋହ ଓ ନୂତନ ସମାଜ ଗୃହ ଉଦଘାଟନ କରାଗଲା। ହେଲେ ବାରିକ ସମାଜ ର ସମସ୍ତେ ଏକଜୁଟ ହୋଇ ସମାଜ ରେ କିପରି ଉନ୍ନତି ମୂଳକ କାର୍ଯ୍ୟ କରି ସମାଜ କୁ ଆଗେଇ ନେବା ଏ ବାବଦ କୁ ନେଇ ବାରିକ ସମାଜ ମାନ୍ୟ ଗୁଣ୍ୟ ବ୍ୟକ୍ତି ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇ ଥିଲା। ବାରିକ ସମାଜ ର ନିଜସ୍ୱ ସାମାଜିକ ଭବନ ରେ ସାମାଜିକ କମିଟି ଗଠନ କରାଯାଇଥିଲା।
ଏହି ସମାଜ ୨୦୨୩ ରେ ପଞ୍ଜିକୃତ ହୋଇ ଥିଲା ଏହି ବୈଠକ ରେ ନୂଆପଡା ଜିଲ୍ଲାର ବାରିକ ସମାଜ ସମସ୍ତେ ଏକତ୍ରିତ ହୋଇ କାର୍ଯ୍ୟକ୍ରମ କୁ ଆଗେଇ ନେଇ ଥିଲେ। ମୁଖ୍ୟ ଅତିଥି ଏନଏସି ଚିୟାରମ୍ୟାନ ଉଜ୍ଜଳ ଗୁପ୍ତ ଙ୍କ କର କମଳ ରେ ବାରିକ ସମାଜ ଭବନ ଉଦଘାଟନ ହୋଇଥିଲା। ଶ୍ରୀ ବୃନ୍ଦାବନ ବାଗ ଅତିଥି ଭାବରେ ଯୋଗଦାନ କରିଥିଲେ। ଏଠି ବାରିକ ସମାଜ ର ଉପ ସଭାପତି ଶ୍ରୀ ନିବାସ ବାରିକ,ସମ୍ପାଦକ ଶ୍ରୀ ରଞ୍ଜୀତ ବାରିକ, ସହ ସମ୍ପାଦକ ଶ୍ରୀ ବିଭୂର୍ସ ବାରିକ, କୋଷାଧକ୍ଷ ଶ୍ରୀ ହୃଷିକେଶ ବାରିକ।
ଉପଦେଷ୍ଟା ମଣ୍ଡଳୀ ରେ ଶ୍ରୀ ଅଶୋକ ବାରିକ, ଶ୍ରୀ ଯୋଗେନ୍ଦ୍ର ବାରିକ, ଶ୍ରୀ ପିତାମ୍ବର ବାରିକ, ଶ୍ରୀ କେଦାର ବାରିକ, ଶ୍ରୀ ଅନ୍ତ ବାରିକ, ଶ୍ରୀ ବିଦୁର ବାରିକ, ସମସ୍ତେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ଆଗେଇ ନେଇ ଥିଲେ।
