ଖାଁ ଖାଁ ଛାଡ଼ଖାଇ ବଜାର, ଗୁରୁବାର ଯୋଗୁଁ ଫିକା ପଡ଼ିଲା ଆମିଷ ବେପାର
ବଅଁରପାଳ ,, ପବିତ୍ର କାର୍ତ୍ତିକ ମାସ ସରିବା ପରେ ଆଜି ଛାଡ଼ଖାଇ ଥିଲେ ମଧ୍ୟ, ଗୁରୁବାର ଦିନ ପଡ଼ିଥିବାରୁ ରାଜ୍ୟର ଅଧିକାଂଶ ଆମିଷ ବଜାରରେ “ଖାଁ ଖାଁ” ପରିସ୍ଥିତି ଦେଖିବାକୁ ମିଳିଛି। ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମା ପରଦିନ ଆମିଷପ୍ରିୟ ଓଡ଼ିଆଙ୍କ ଘରେ ମାଂସ, ମାଛ, ଚିଙ୍ଗୁଡ଼ି ଆଦି ରୋଷେଇ ହୋଇଥାଏ ଏବଂ ବଜାରରେ ପ୍ରବଳ ଭିଡ଼ ଲାଗିଥାଏ। କିନ୍ତୁ ଏଥର ଛାଡ଼ଖାଇ “ମାଣବସା ଗୁରୁବାର” ସହ ମିଶି ଯାଇଥିବାରୁ ଅନେକ ଲୋକ ଆମିଷ ଭକ୍ଷଣରୁ ନିବୃତ୍ତ ରହିଛନ୍ତି। ଫିକା ପଡ଼ିଲା ଉତ୍ସାହ, ନିରାଶ ବ୍ୟବସାୟୀ
ଶୁଖିଲା ପଡ଼ିଲା ବଜାର: ନାଲକୋ ନଗର ଆମିଷ ବଜାର, ଗିରଙ୍ଗ ମଟନ ବଜାର, କାଣ୍ଡସର ଆମିଷ ଦୋଳନ ସମେତ ଆଖପାଖ ଅଞ୍ଚଳ ର ପ୍ରମୁଖ ଆମିଷ ବଜାରଗୁଡ଼ିକରେ ପ୍ରତିବର୍ଷ ଭଳି ସେପରି ହାଉଜାଉ ଭିଡ଼ ନାହିଁ। ଆସନ୍ତା କାଲିକୁ ଆଶା: ଅଧିକାଂଶ ଲୋକ ଗୁରୁବାରକୁ ଏଡ଼ାଇ ଯାଇ ଆସନ୍ତାକାଲି ଶୁକ୍ରବାର ଦିନ ଛାଡ଼ଖାଇ ପାଳନ କରିବାକୁ ଯୋଜନା କରିଛନ୍ତି। ଫଳରେ ଆଜି ବେପାର ଶୁଖିଲା ରହିଥିବା ବେଳେ ଆମିଷ ବ୍ୟବସାୟୀମାନେ ଶୁକ୍ରବାର ଦିନ ବେପାର ଜମିବ ବୋଲି ଆଶା ରଖିଛନ୍ତି। ଜଣେ ବ୍ୟବସାୟୀ କହିଛନ୍ତି, “ଆଜି ବ୍ୟବସାୟ ନାହିଁ। କାଲି ୧୦୦ ଟନ୍ ପାଖାପାଖି ଆମିଷ ବିକ୍ରି ହେବ ବୋଲି ଆଶା କରୁଛୁ
