ପଞ୍ଚାୟତ ରାଜ ଉଚ୍ଚ ବିଦ୍ୟାଳୟ ରେ ଭାରତ ସ୍କାଉଟ ଓ ଗାଇଡ ର ପ୍ରତିଷ୍ଠା ଦିବସ ସମାରୋହ ।
କାମାକ୍ଷାନଗର –
କାନପୁରା ସ୍ଥିତ ପଞ୍ଚାୟତ ରାଜ ଉଚ୍ଚ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ଶ୍ରୀରାମ ରାଉତ ଙ୍କ ଅଧ୍ୟକ୍ଷତାରେ ଭାରତ ସ୍କାଉଟ ଓ ଗାଇଡ଼ର ୭୬ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ଶିକ୍ଷାବିତ ଲୋକନାଥ ଷଡ଼ଙ୍ଗୀ ମୁଖ୍ୟଅତିଥି , ଶିକ୍ଷାବିତ କୈଳାଶ ଚନ୍ଦ୍ର ପୃଷ୍ଟି ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ । ଶିକ୍ଷକ ନିରଞ୍ଜନ ସାହୁ ସମସ୍ତଙ୍କୁ ସ୍ୱାଗତ କରିଥିଲେ । ସ୍କାଉଟ ଓ ଗାଇଡ଼ ର ପ୍ରତିଷ୍ଠାତା ବେଡେନ ପାୱେଲ ଙ୍କ ଫଟୋ ଚିତ୍ର ରେ ଧୂପ , ଦୀପ ପ୍ରଦାନ କରାଯାଇଥିଲା । ଗାଇଡ଼ କ୍ୟାପଟେନ ସୁମିତ୍ରା ଜେନା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରି ଏହାର ଇତିହାସ ଓ ସାରା ବିଶ୍ୱ ରେ ଚାଲୁଥିବା କାର୍ଯ୍ୟକ୍ରମ ବିଷୟରେ ସୂଚନା ପ୍ରଦାନ କରିଥିଲେ । ସ୍କାଉଟ ଗାଇଡ଼ ମାଧ୍ୟମରେ ନିଃସ୍ୱାର୍ଥପର ସେବା କରିଛାତ୍ରଛାତ୍ରୀ ମାନେ ସୁଶୃଙ୍ଖଳିତ , ଚରିତ୍ର ବାନ ହୋଇ ନିଜର ଦକ୍ଷତା ବୃଧିକରିପାରିବେ ବୋଲି ମୁଖ୍ୟଅତିଥି ମତପ୍ରକାଶ କରିଥିଲେ । ଏହି ସଂସ୍ଥା ଗୋଟିଏ ସ୍ବେଚ୍ଛାସେବୀ ସଂସ୍ଥା ଯାହା ଅଣରାଜନିତିକ , ଧର୍ମ ନିରପେକ୍ଷ , ଅଣ ସମ୍ପ୍ରଦାୟିକ ଅଟେ ।ଆମେ ସମସ୍ତଙ୍କୁ ଭଲ ପାଇବା , ସମସ୍ତଙ୍କ ସେବା କରିବା , ସମାୟାନୁବର୍ତ୍ତିତା , ଶୃଙ୍ଖଳିତ ହେବା ପାଇଁ ପ୍ରତିଜ୍ଞା କରିବାକୁ ସ୍କାଉଟ ଓ ଗାଇଡ଼ ମାନଙ୍କୁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟ ବିଭିନ୍ନ ସମୟରେ ସ୍କାଉଟ ଗାଇଡ଼ ବିଭିନ୍ନ ପୁରସ୍କାର ଲାଭ କରିଥିବାରୁ ପ୍ରଧାନ ଶିକ୍ଷକ ସମସ୍ତଙ୍କୁ ଅଭିନନ୍ଦନ ଜ୍ଞାପନ କରିଥିଲେ । ସ୍କାଉଟ ମାଷ୍ଟର ରାଜେଶ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକ ସୁରେଶ କୁମାର ବିଶ୍ଵାଳ , ଧ୍ରୁବଚରଣ ସୁନ୍ଦରାୟ , ଚନ୍ଦ୍ରମଣି ଲେଙ୍କା ,ରୁଦ୍ରନାରାୟଣ ପରିଡା , ଶିକ୍ଷୟିତ୍ରୀ କବିତା ରାଉତ , ଶିକ୍ଷାକର୍ମଚାରି ଗିରିଶ ଚନ୍ଦ୍ର ମହାନ୍ତି , ରବିନାରାୟଣ ରାଉତ , ଶାନ୍ତନୁ ରାଉତଙ୍କ ସମେତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ଥିଲେ ।
