ମା ମଙ୍ଗଳା ମନ୍ଦିରରେ ନାମ ଓ ଯଜ୍ଞ ଅନୁଷ୍ଠିତ ।
ଡେଲାଙ୍ଗ, (ସ୍ଵ. ପ୍ର ) : ଡେଲାଙ୍ଗ ବ୍ଲକ ରେଞ୍ଚ ପଞ୍ଚାୟତ ସ୍ଥିତ ପଲ୍ଲୀ ଗ୍ରାମର ଆରାଧ୍ୟା ଦେବୀ ମା ମଙ୍ଗଳାଙ୍କ ମନ୍ଦିର ପ୍ରାଙ୍ଗଣରେ ୫ମ ବାର୍ଷିକ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଏହି ନାମଯଜ୍ଞପାଇଁ ଗତ ମଙ୍ଗଳବାର ୨୧ ଜଣ ମାନସିକଧାରି ରତ୍ନଚିରା ନଦୀରେ କଳସ ବୁଡାଇ ଯଜ୍ଞ ମଣ୍ଡପରେ ସ୍ଥାପନ କରିଥିଲେ । ପ୍ରତ୍ୟେହ ସନ୍ଧ୍ୟାରେ ସତ୍ୟନାରାୟଣ ପାଲା, ପ୍ରବଚନ, ଭଜନ ସମାରୋହ କରାଯାଇ ଥିବା ବେଳେ ଗୁରୁବାର ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇଯାଇଛି। କର୍ତ୍ତା ଭାବେ ଅଶୋକ ସାମନ୍ତରାୟ ଓ କର୍ତିଭାବେ ସରୋଜିନୀ ସାମନ୍ତରାୟ କର୍ଯ୍ୟ ସମ୍ପାଦନ କରିଥିବା ବେଳେ ମୁଖ୍ଯ ପୁଜକ ଉମା ଶଙ୍କର ଦାଶ ଓ ସାଥୀ ମାନଙ୍କ ଦ୍ବାରା ପୂଜାର୍ଚ୍ଚନା କରିଥିଲେ । ଭାଗୀରଥୀ ସାମନ୍ତରାୟ , ଶ୍ରୀଧର ସାମନ୍ତରାୟ , ଦାଶରଥି ସାମନ୍ତରାୟ, ଅଶୋକ ସାମନ୍ତରାୟ, ଦିବାକର ସାମନ୍ତରାୟ, ବୈକୁଣ୍ଠ ସ୍ବାଇଁ,ପ୍ରଫୁଲ୍ଲ କୁମାର ପରିଡା, ବିଦ୍ୟାଧର ପରିଡ଼ା, ଭାଗୀରଥୀ ସ୍ବାଇଁ, ସୁବାଷ ସ୍ବାଇଁ, ଅକ୍ଷୟ ରାଉତଙ୍କ ସମେତ ଗ୍ରାମବାସୀମାନେ କାର୍ଯ୍ୟକ୍ରମ ପରିଚଳନାରେ ସହଯୋଗ କରିଥିଲେ।
