ଆସୁଛି ମହୋତ୍ସବ ! ଆରମ୍ଭ ହେଲାଣି ସଜବାଜ !
ବର୍ଷା ଛାଡ଼ିଛି, ରାତିରେ ଟିକିଏ ଟିକିଏ ହାଲୁକା ଥଣ୍ଡା ଲାଗିଲାଣି। ଶୀତର ଆଗମନ ଭିତରେ ବିଭିନ୍ନ ଅଞ୍ଚଳରେ ଆରମ୍ଭ ବି ହୋଇ ଗଲାଣି ଉତ୍ସବର ସମାରୋହ। କଳା, ସାହିତ୍ୟ, ସଂସ୍କୃତି, ପରମ୍ପରା ତଥା ଐତିହ୍ୟର କ୍ଷେତ୍ର ବାଲେଶ୍ଵର ଜିଲ୍ଲା ସମେତ ଉତ୍ତର ଓଡ଼ିଶାରେ ବି ଆଗକୁ ରହିଛି ଅନେକ ଉତ୍ସବ ଆଉ ମହୋତ୍ସବ। ଛୋଟ ଧରଣର ହେଉ ଅବା ବଡ଼ ଧରଣର, ସରକାରୀ ସ୍ତରରେ ହେଉ ଅବା ବିଭିନ୍ନ ସଂଗଠନ ତରଫରୁ କଳା, ସାହିତ୍ୟ, ସଂସ୍କୃତି, ପରମ୍ପରା ତଥା ଐତିହ୍ୟକୁ ମନେ ପକାଇବା ସହ ବଞ୍ଚାଇ ରଖିବାକୁ ଏଭଳି ଆୟୋଜନ ଭିନ୍ନ ଏକ ପ୍ରୟାସ କହିଲେ ଅତ୍ୟୁକ୍ତି ହେବନାହିଁ। ତେବେ ଏହାରି ଭିତରେ ଖନ୍ତାପଡା ମହୋତ୍ସବ ସମାପନ ହୋଇଥିବା ବେଳେ, ଆଗକୁ ବାଲେଶ୍ଵର ଲୋକ ମହୋତ୍ସବ, ବାଲେଶ୍ୱର ମହୋତ୍ସବ, କୁରୁଡା ମହୋତ୍ସବ, ରେମୁଣା ମହୋତ୍ସବ, ପଲ୍ଲୀଶ୍ରୀ ମେଳା, ଏକ୍ସପୋ ଭଳି ଅନେକ ଉତ୍ସବ ମହୋତ୍ସବ କାର୍ଯ୍ୟକ୍ରମ ସବୁ ରହିଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସୁନ୍ଦର ସୁନ୍ଦର ସାମଗ୍ରୀର ଷ୍ଟଲ ପ୍ରତିବର୍ଷ ସାଧାରଣ ଲୋକଙ୍କୁ ଆକୃଷ୍ଟ କରୁଥିବା ବେଳେ, ଛୋଟ ଛୋଟ ପିଲାମାନଙ୍କ ପାଇଁ ଦୋଳି, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଖୁବ ଆକର୍ଷଣୀୟ ହୋଇଥାଏ, ଏ କଥାକୁ ଏଡ଼ାଇ ଦିଆଯାଇ ନପାରେ। ତେବେ ଏହି ସବୁ କାର୍ଯ୍ୟକ୍ରମରେ ପ୍ରତିବର୍ଷ ବହୁ ଜନସମାଗମ ଦେଖିବାକୁ ମିଳି ଆସୁଥିବା ବେଳେ, ଆଗକୁ ଏଭଳି କାର୍ଯ୍ୟକ୍ରମକୁ ଲୋକେ ଖୁବ ଉପଭୋଗ କରିବା କଥାକୁ ନେଇ ବେଶ ଚର୍ଚ୍ଚା ଶୁଣିବାକୁ ମିଳୁଛି।।।
ବାଲେଶ୍ୱର ରୁ ସ୍ୱତନ୍ତ୍ର ପ୍ରତିନିଧି ସମ୍ବିତ ବେହେରାଙ୍କ ରିପୋର୍ଟ।।।
