କୋରାପୁଟ…କୋରାପୁଟ ବାର ଆସସିଏସନ ଦ୍ୱାରା ଆୟୋଜିତ ହେଇଥିବା ରାଜ୍ୟ ସ୍ତରୀୟ କ୍ରିକେଟ୍ ମ୍ୟାଚ ର ଆଜି ପଞ୍ଚମ ଦିନ । ଆଜିର ମ୍ୟାଚ ରେ ମୁଖ୍ୟ ଅତିଥି ଭାବେ କୋରାପୁଟ ପୌରପାଲିକାର ନିର୍ବାହୀ ଅଧିକାରି ତଥା ଜିଲ୍ଲା କ୍ରୀଡ଼ା ଅଧିକାରି ଜ୍ଞାନଜିତ ତ୍ରିପାଠୀ ଯୋଗ ଦେଇଥିଲେ।ପ୍ରଥମ ମ୍ୟାଚ କୋରାପୁଟ ବାର ଆସୋସିଏସନ୍ ଏ ଟିମ ସହିତ ଧର୍ମଗଡ ବାର ଆସୋିଏସନ ସହିତ ଖେଳା ଯାଇଥିଲା। କୋରାପୁଟ ବାର ଆସୋସିଅନ ଏ ଟିମ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତି ନେଇଥଲେ। କୋରାପୁଟ ବାର ଟିମ୍ ବ୍ୟାଟିଂ କରି 20 ଓଭର୍ ରେ ସାତ ୱିକେଟ ହରାଇ 148 ରନ କରିବାକୁ ସକ୍ଷମ ହୋଇଥିଲା। ଜବାବରେ ଧର୍ମଗଡ ବାର ଆସୋସିଏନ 17.5 ଓଭର ରେ 143 କରି ସମସ୍ତ ୱିକେଟ୍ ହରାଇଥିଲା। ମ୍ୟାଚ ଟିକୁ ପାଞ୍ଚ ରନ ରେ କୋରାପୁଟ ବାର ଆସୋସିଏନ ଏ ଜିତିଥିଲା। ଅଲ ରାଉଣ୍ଡ ପ୍ରଦର୍ଶନ ପାଇଁ କୋରାପୁଟ ବାର୍ ଏ ଟିମ ର ଅଜିତ ସାହୁ ଙ୍କୁ ମ୍ୟାନ ଅଫ ଦ ମ୍ୟାଚ ଘୋଷଣା କରାଯାଇ ଥିଲା। ସେହିଭଳି ଦ୍ଵିତୀୟ ମ୍ୟାଚ୍ କ୍ରିମିନାଲ କୋର୍ଟସ ବାର ଆସୋସିଅନ କଟକ ଶହ ଏମ ଭି କୌର୍ଟ କଟକ ଟିମ ମଧ୍ୟ ରେ ଖେଳା ଯାଇଥିଲା। ଏହି ମ୍ୟାଚ୍ ରେ କ୍ରିମିନାଲ କୋଟର୍ସ ବାର ଟିମ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ନିର୍ଦ୍ଧାରିତ ଅଠର ଓଭର ରେ କ୍ରିମିନାଲ କୋର୍ଟସ ବାର ଟିମ୍ ଛଅଟି ୱିକେଟ୍ ହରାଇ 111 ରନ୍ ସଂଗ୍ରହ କରିଥିଲେ ।ଜବାବ ରେ ଏମ ଭି କୌଟ କଟକ ବାର ଆସୋସିଆନ ଟିମ ନିର୍ଦ୍ଧାରିତ 13.4 ଓଭର ରେ ତିନି ୱିକେଟ୍ ହରାଇ ମୋଟ 116 ରନ୍ ସଂଗ୍ରହ କରିଥିଲେ। ମ୍ୟାଚ୍ କୁ ଏମ ଭୀ କୋର୍ଟସ ବାର କଟକ ସଂଘ ସାତ ୱିକେଟ ରେ ଜିତି ନେଇ ଥିଲା। ଉତ୍କୃଷ୍ଟ ଖେଳ ପ୍ରଦର୍ଶନ ପାଇଁ ଏମ ଭି କୋର୍ଟ କଟକ ବାର ଆସୋସିଏସନ୍ ର ସିଦ୍ଧାନ୍ତ ପଟନାୟକ ଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ଘୋଷଣା କରା, କୋରାପୁଟ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଟାକ୍ରୀ ଭଞ୍ଜ ଦୂତ ଖବର
