ବଡସାହି: ( ଅଜିତ୍ ମାହାର୍ଣ୍ଣା )-
ଆଗ୍ରିଆ ରେଳଫାଟକ ଠାରେ ରେଳ ଧାରଣା ଅତିକ୍ରମ ସମୟରେ ସାଲିମାର ଟ୍ରେନ ଧକ୍କାରେ ବିଶାଳ ଦନ୍ତାହାତୀର ମୃତ୍ୟୁ,
ବନବିଭାଗର ଛାନଭିନ ଆରମ୍ଭ
ବେତନଟୀ ରେଞ୍ଜ ବୈଶିଙ୍ଗା ଥାନା ଅଧୀନ ଆଗ୍ରିଆ ରେଳଫାଟକରେ ରେଳଧାରଣା ଅତିକ୍ରମ ସମୟରେ ଶନିବାର ରାତି ସାଢେ ଏଗାରଟାରେ ଟ୍ରେନ ଧକ୍କାରେ ଏକ ବିଶାଳ ଦନ୍ତାହାତୀର ଶୋଚନୀୟ ମୃତ୍ୟୁ ଘଟିଛି l ସୂଚନା ମୁତାବକ ବେତନଟୀ ରେଞ୍ଜ ଇଲାକାରେ ୩୦ରୁ ଉର୍ଦ୍ଧ୍ୱ ହାତୀ ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ବିଚରଣ କରୁଥିବା ବେଳେ ମୁଖ୍ୟ ଦଳରୁ ଅଲଗା ହୋଇ ଏକ ବିଶାଳ ଦନ୍ତାହାତୀ ଶନିବାର ରାତିରେ ଏକୁଟିଆ ଟ୍ରେନ ଲାଇନ ପାରି ହେବା ସମୟରେ ସାଲିମାର ଟ୍ରେନ ଧକ୍କା ଦେଇଛି
