ଯାଜପୁରରେ ବିଜେପି ନେତା ସଂଗ୍ରାମ ପାତ୍ର — ବିଜେଡି ଗଡକୁ ଦେଉଛନ୍ତି ଚେକ୍ !
ଯୁବ ଉର୍ଜା ଓ ତଳସ୍ତର ସଂପର୍କରେ ଆଗରେ ସଂଗ୍ରାମ, ଦୀର୍ଘ ଅଧିପତ୍ୟ ହାରୁଛି !
ଯାଜପୁର/(ଭଞ୍ଜଦୂତ:ନିପ୍ର)ରିପୋର୍ଟର:ସରୋଜ କୁମାର ଧଳ
ଯାଜପୁର ନିର୍ବାଚନ ମଣ୍ଡଳୀରେ ରାଜନୀତି ଏବେ ଚର୍ଚ୍ଚାର ମଞ୍ଚରେ।
ବିଜେଡି ନେତା ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ଦୀର୍ଘ ଅଧିପତ୍ୟକୁ ଏବେ ବିଜେପି ନେତା ସଂଗ୍ରାମ ପାତ୍ର ଚ୍ୟାଲେଞ୍ଜ କରୁଛନ୍ତି।
ସଂଗ୍ରାମଙ୍କ ସକ୍ରିୟ ଯୁବ ନେତୃତ୍ୱ ଓ ମାଟି ସହ ଯୋଗଦାନ ଯୁବ ମାନଙ୍କ ମଧ୍ୟରେ ନୂଆ ଉତ୍ସାହ ଆଣିଛି। ବିଜେପି ରାଜ୍ୟ ଯୁବମୋର୍ଚ୍ଚା ଉପସଭାପତି ଭାବେ ସଂଗ୍ରାମ ଗାଁ ଠାରୁ ସହର ପର୍ଯ୍ୟନ୍ତ ସଂଗଠନକୁ ମଜବୁତ କରୁଛନ୍ତି। ସେ କେବଳ ଦଳୀୟ ଅଭିଯାନରେ ନୁହେଁ, ଜନସଂପର୍କ ଓ ସାମାଜିକ ମଞ୍ଚରେ ମଧ୍ୟ ଆଗେଇ ଆସିଛନ୍ତି।
ସ୍ଥାନୀୟ ଯୁବ ମାନେ ମତ ଦେଉଛନ୍ତି — “ସଂଗ୍ରାମଙ୍କୁ ଯଦି ବିଜେପି ମୁଖ୍ୟ ମଞ୍ଚ ଦେଉଛି, ଯାଜପୁରର ରାଜନୀତି ମୋଡ଼ ଘୁରିଯିବ।”
ଏପଟେ, ବିଜେଡି ନେତା ବବି ଦାସ ଙ୍କ ପ୍ରଭାବ ଗତ କିଛି ବର୍ଷରେ କ୍ଷୀଣ ହେଉଥିବା ଚର୍ଚ୍ଚା ଚାଲିଛି।ଗତ ନିର୍ବାଚନରେ ତାଙ୍କ ପରାଜୟ ପରେ ତାଙ୍କ ଗ୍ରାସରୁଟ୍ ସଂପର୍କ ଅବସାଦଗ୍ରସ୍ତ ହୋଇପଡିଥିବା ମତ ମିଳୁଛି।ଏବେ ଯେତେବେଳେ ବିଜେପି ଡବଲ ଇଞ୍ଜିନ୍ ସରକାର ଭିତରେ ସଂଗଠନ ସୁଦୃଢ଼ କରୁଛି, ସେଠି ସଂଗ୍ରାମ ପାତ୍ର ହେଉଛନ୍ତି ମୁଖ୍ୟ ଚେହେରା।ରାଜନୀତି ବିଶ୍ଳେଷକ ମତ ଦେଇଛନ୍ତି v—
“ଯାଜପୁରରେ ସଂଗ୍ରାମ ହେଉଛନ୍ତି ବିଜେପିର ନୂଆ ଆଶା। ବବିଙ୍କ ଗଡ଼କୁ ଚେକ୍ ଦେବା ସକ୍ଷମ ମୁଖ୍ୟ ମୁହଁ ହେବେ ସଂଗ୍ରାମ ପାତ୍ର।
