ଶିକ୍ଷକ ବଦଳି ନେଇ ଅଭିଭାବକ ମହଲରେ ଅସନ୍ତୋଷ
ଖଜୁରିଆକଟା,- ହିନ୍ଦୋଳ ଉପଖଣ୍ଡ ପଲ୍ଲୀ ବିକାଶ ଉଚ୍ଚ ବିଦ୍ୟାଳୟ କୁରୁମିଠାରେ ଶିକ୍ଷକ ବଦଳି ନେଇ ଅଭିଭାବକ ଓ ଛାତ୍ରଛାତ୍ରୀ ମହ ମହଲରେ ଅସନ୍ତୋଷ ଦେଖାଦେଇଛି। ବିଦ୍ୟାଳୟରେ ନବମ ଶ୍ରେଣୀରେ ୧୩୮ ଜଣ ଓ ଦଶମ ଶ୍ରେଣୀରେ ୧୪୩ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ବିଦ୍ୟାଳୟରେ ମୋଟ ପ୍ରଧାନଶିକ୍ଷକଙ୍କ ସମେତ ୭ ଜଣ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟରତ ଅଛନ୍ତି | ସେଥିମଧ୍ୟରୁ ଟିକିନା ସାହୁଙ୍କୁ ୬ ଦିନ ପାଇଁ ଅନ୍ୟ ବିଦ୍ୟାଳୟକୁ ଶିକ୍ଷାଦାନ ପାଇଁ ପଠା ଯାଇଥିବା ବେଳେ ମୋହନ ସାହୁଙ୍କୁ ୩ ଦିନ ପାଇଁ ଅନ୍ୟ ବିଦ୍ୟାଳୟକୁ ଶିକ୍ଷାଦାନ ପାଇଁ ପଠାଯାଇଅଛି।ଯାହାଫଳରେ ଶିକ୍ଷାଦାନରେ ସମ୍ପୂର୍ଣ ବାଧାପ୍ରାପ୍ତ ଘଟୁଛି | ହିନ୍ଦୋଳ ଶିକ୍ଷା ଜିଲ୍ଲାରେ ପଲ୍ଲୀ ବିକାଶ ଉଚ୍ଚ ବିଦ୍ୟାଳୟ କୁରୁମିଠାର ଛାତ୍ରଛାତ୍ରୀ ମ୍ୟାଟ୍ରିକ ପରୀକ୍ଷାରେ ଭଲ ନମ୍ବର ରଖ୍ ଉତ୍ତୀର୍ଣ୍ଣ ହୋଇଥାଆନ୍ତି | ପ୍ରତିବର୍ଷ ଏୱାନ ଗ୍ରେଡରେ ଜଣେରୁ ଦୁଇ ଜଣ ଛାତ୍ରଛାତ୍ରୀ ରହି ହିନ୍ଦୋଳର ସମ୍ମାନ ରଖୁଥାନ୍ତି ।କିନ୍ତୁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କର ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେବାନେଇ ହିନ୍ଦୋଳବାସୀ କ୍ଷୋଭପ୍ରକାଶ କରିଛନ୍ତି| ମୁଣ୍ଡ ଉପରେ ଆଉ ଅଳ୍ପଦିନ ପରୀକ୍ଷା ଥିବା ବେଳେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ଏଭଳି ବଦଳିକୁ ଶିକ୍ଷାବିତ୍ ଓ ବୁଦ୍ଧିଜିବୀମାନେ ନିନ୍ଦା କରିଛନ୍ତି | ଏ ସମସ୍ୟା ନେଇ ପଲ୍ଲୀ ବିକାଶ ଉଚ୍ଚ ବିଦ୍ୟାଳୟ କୁରୁମିଠାର ପରିଚାଳନା କମିଟିର ସଦସ୍ୟ ବିନୟକୁମାର ସାମଲ, ବିଜୟାନନ୍ଦ ସାହୁ, ପିତାମ୍ବର ସାହୁ, ଜିତେନ୍ଦ୍ର ସାମଲ, ନିରାକାର ପ୍ରଧାନ, ପ୍ରଶାନ୍ତ ସାମଲ, ଟଙ୍କଧର ପ୍ରଧାନ, ମନୋଜ ସାମଲ, ଅଶୋକ ସାହୁ ପ୍ରମୁଖ ଜିଲ୍ଲା ଶିକ୍ଷାଧିକାରୀ ବିନିତା ସେନାପତିଙ୍କୁ ଲିଖୂତ ଭାବେ ଜଣାଇ ଥିବାବେଳେ ଜିଲ୍ଲା ଶିକ୍ଷାଧୂକାରୀ ସମସ୍ୟାର ସମାଧାନ ଖୁବଶୀଘ୍ର କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି | ଦିନେ ଦୁଇ ଦିନ ଭିତରେ ଜିଲ୍ଲା ଶିକ୍ଷାଧିକାରୀ ସମସ୍ୟାର ସମାଧାନ ନକଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଅଭିଭାବକ ଚେତାବନୀ ଦେଇଛନ୍ତି ।
