୪ ଦିନ ବ୍ୟାପୀ ପବିତ୍ର ଛଟ ପୂଜା ଅନୁଷ୍ଠିତ
ସୋର(ଭଞ୍ଜଦୂତ, ନିପ୍ର): ସାରା ଦେଶରେ ଛଟ ପୂଜା ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି। ସେହିପରି ବାଲେଶ୍ୱର ଜିଲ୍ଲା ସୋରରେ ବିହାରୀ ସଂପ୍ରଦାୟର ଭାଇ ଭଉଣୀଙ୍କ ତରଫରୁ ଏହି ପୂଜା ପାଳିତ ହୋଇଯାଇଛି। ରାଇପୁର ବଉଳ ପୋଖରୀ ତୁଠରେ ବହୁ ସଂଖ୍ୟାରେ ବିହାରୀ ଭାଇ ଭଉଣୀଙ୍କ ତରଫରୁ ଏହାକୁ ଉତ୍ସବ ଆକାରରେ ପାଳନ କରାଯାଇଛି। ସୂର୍ଯ୍ୟ ଦେବଙ୍କ ପୂଜା ରୂପେ ପାଳିତ ହେଉ ଆସୁଥିବା ଏହି ପୂଜା ୪ ଦିନ ଧରି ଅନୁଷ୍ଠିତ ହୋଇଥାଏ। ଏହି ପର୍ବ ମୁଖ୍ୟତଃ ସୂର୍ଯ୍ୟ ଦେବ ଏବଂ ତାଙ୍କ ଭଉଣୀ ଛଠି ମୈୟା (ଦେବସେନା/ଉଷା)ଙ୍କୁ ସମର୍ପିତ | ସୂର୍ଯ୍ୟ ଦେବଙ୍କୁ ଜୀବନ, ଶକ୍ତି ଏବଂ ଆଲୋକର ପ୍ରତୀକ ଭାବରେ ଗ୍ରହଣ କରାଯାଏ, ଏବଂ ଏହି ପୂଜା ପୃଥିବୀରେ ଜୀବନ ବଜାୟ ରଖିବା ପାଇଁ ତାଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିବା ପାଇଁ କରାଯାଏ | ଛଠି ମୈୟାଙ୍କୁ ଶିଶୁମାନଙ୍କର ରକ୍ଷାକାରୀ ଦେବୀ ଭାବରେ ବିଶ୍ୱାସ କରାଯାଏ, ଯିଏ ସେମାନଙ୍କର ଦୀର୍ଘାୟୁ ଏବଂ ଭଲ ସ୍ୱାସ୍ଥ୍ୟ ପାଇଁ ଆଶୀର୍ବାଦ କରନ୍ତି | ଛଠ ହେଉଛି ଏକମାତ୍ର ହିନ୍ଦୁ ପର୍ବ ଯେଉଁଥିରେ ଉଦୀୟମାନ ଏବଂ ଅସ୍ତ ଯାଉଥିବା ସୂର୍ଯ୍ୟଙ୍କୁ ପୂଜା କରାଯାଏ | ଏହା ଦର୍ଶାଏ ଯେ ଜୀବନର ପ୍ରତ୍ୟେକ ପର୍ଯ୍ୟାୟର ଗୁରୁତ୍ୱ ରହିଛି, ତାହା ଆରମ୍ଭ ହେଉ କିମ୍ବା ଶେଷ ହେଉ | ଏହି ପର୍ବ ମୁଖ୍ୟତଃ ଭାରତର ବିହାର, ଝାଡ଼ଖଣ୍ଡ ଏବଂ ଉତ୍ତରପ୍ରଦେଶ ରାଜ୍ୟ ସମେତ ନେପାଳରେ ମଧ୍ୟ ପାଳନ କରାଯାଏ। ଯାହାର ଆରମ୍ଭ ‘ନହାଏ-ଖାଏ’ ରୁ ହୁଏ। ନହାଏ-ଖାଏ: ପ୍ରଥମ ଦିନ ସ୍ନାନ କରି ସୁଦ୍ଧ ଶାକାହାରୀ ଖାଦ୍ୟ ଗ୍ରହଣ କରାଯାଏ। ଖରନା: ଦ୍ୱିତୀୟ ଦିନ ନିର୍ଜଳ ଉପବାସ ରଖାଯାଏ ଏବଂ ସନ୍ଧ୍ୟା ବେଳେ ଗୁଡ଼ ଖିରର ପ୍ରସାଦ ଗ୍ରହଣ କରାଯାଏ। ସନ୍ଧ୍ୟା ଅର୍ଘ୍ୟ: ତୃତୀୟ ଦିନ ଘାଟରେ ଡୁବୁଥିବା ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଆଯାଏ।
ଉଷା ଅର୍ଘ୍ୟ: ଚତୁର୍ଥ ଦିନ ଉଠୁଥିବା ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇ ଉପବାସର ପାଳନ କରାଯାଏ। ଏହି ପର୍ବରେ ସୋର ଛଟ ପୂଜା କମିଟିର ସଭାପତି ସଂଜିତ କୁମାର ରୟଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ରାଜେଶ ସାହୁ, କ୍ରୀଷ୍ଣା କୁମାର ସାହୁ, ଅନୁରାଗ ସାହୁ, ଅମିତ ରୟ, ରିକୁ ରୟ, ଲାଡଲି ରୟ, ଦିପାଳି ରୟ, ରାହୁଲ ସାହୁ, ପ୍ରତିମା ସାହୁ, ଶାରଦା ସାହୁ,ଖୁସି ସାହୁ, ଶମ୍ଭୁ ରାମ,ରଘୁ ରାମ ପ୍ରମୁଖ ଉତ୍ସବକୁ ସରସ ସୁନ୍ଦର କରିବାରେ ସହଯୋଗ କରିଥିଲେ।
