ରାସୋଳ ପ୍ରାଣୀ ଚିକିତ୍ସାଳୟର ନବୀକରଣ
ଉଦଘାଟନ କଲେ ସାଂସଦ ଓ ବିଧାୟିକା
ହିନ୍ଦୋଳ: ରାସୋଳ ପ୍ରାଣୀ ଚିକିତ୍ସାଳୟଟି କିଛି ଦିନ ହେବ ଅବହେଳିତ ଅବସ୍ଥାରେ ପଡିଥିଲା। ଏହାର ନବୀକରଣ କାର୍ଯ୍ୟକ୍ରମ ଆଜି ଉଦଘାଟିତ ହୋଇଛି । ନବୀକରଣ କାର୍ଯ୍ୟରେ, ପ୍ରାଣୀ ଚିକିତ୍ସା ସେବା ପ୍ରଦାନର ପ୍ରକୋଷ୍ଠ ସାଙ୍ଗକୁ ଚାଷୀ ମାନଙ୍କ ପାଇଁ ନୂତନ ପ୍ରତୀକ୍ଷାଳୟ ନିର୍ମାଣ କରାଯାଇଛି।
ନ୍ୟାସନାଲ ପ୍ରୋଜେକ୍ଟ ଫଣ୍ଡ କନଷ୍ଟ୍ରକସନ କମିଟି ଦ୍ବାରା ରାସୋଳ ପଶୁ ଡାକ୍ତରଖାନାର ପୁନଃ ନବୀକରଣ ହୋଇଛି ।
ହିନ୍ଦୋଳ ଉପଖଣ୍ଡ ରେ ଦ୍ଵିତୀୟ ନବୀକରଣ ପ୍ରାଣୀ ଚିକିତ୍ସାଳୟ ଢେଙ୍କାନାଳ ଲୋକସଭା ସାଂସଦ ରୁଦ୍ରନାରାୟଣ ପାଣି ଓ ବିଧାୟିକା ସୀମାରାଣୀ ନାଏକ ଙ୍କ ଦ୍ଵାରା ରାସୋଳ ଠାରେ ଉଦଘାଟିତ ହୋଇଛି ।
ସରକାର ଙ୍କର ଏତାଦୃଶ ପଦକ୍ଷେପ ପାଇଁ ଅଞ୍ଚଳ ବାସୀ ଙ୍କ ତରଫରୁ ସ୍ବାଗତ କରାଯାଇଛି ।ପ୍ରାଣୀ ଚିକିତ୍ସାଳୟ ର କାୟାକଳ୍ପ ବୃଦ୍ଧି ହେଲା ସତ କିନ୍ତୁ ନାହାନ୍ତି ଆବଶ୍ୟକୀୟ ପ୍ରାଣୀ ଚିକିତ୍ସକ ଓ ଅଧସ୍ତନ କର୍ମଚାରୀ। ମାତ୍ର ଜଣେ ଡାକ୍ତର ରେ କିପରି ଚାଲିବ ଏହି ରାସୋଳ ପ୍ରାଣୀ ଚିକିତ୍ସାଳୟ ! ଫଳରେ ଆଗାମୀ ଦିନରେ ଏହା ଲୋକଙ୍କୂ କେତେ ସୁଫଳ ପ୍ରଦାନ କରିବ ଦେଖିବାକୁ ବାକି ରହିଲା।
ପ୍ରାଣୀ ଚିକିତ୍ସା କୁ ଆଞ୍ଚଳିକ ସ୍ତର ରେ ବ୍ୟାପକ କରିବା ପାଇଁ ସରକାର ଙ୍କ ତରଫରୁ ଆବଶ୍ୟକୀୟ କର୍ମଚାରୀ ଯୋଗାଇ ଦେବାକୁ ଅନୁରୋଧ ରଖିଛନ୍ତି ପ୍ରାଣୀ ଚିକିତ୍ସାଳୟ ର କର୍ତ୍ତୃପକ୍ଷ ଙ୍କ ସମେତ ଅଞ୍ଚଳ ର ଚାଷୀ ଓ ଗୋପାଳକ ଗଣ।
ଉଦ୍ଘାଟନ ଉତ୍ସବ ରେ ହିନ୍ଦୋଳ ଏସ୍ ଡି ପି ଓ ସତ୍ୟ ପ୍ରକାଶ ନନ୍ଦ,ରାସୋଳ ଥାନା ଭାରପ୍ରାପ୍ତ ଅଧିକାରୀ ଵିଧୁଭୂଷଣ ମିଶ୍ର ଙ୍କ ସମେତ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ପ୍ରଭାଷ ବେହେରା, ଉପଖଣ୍ଡ ସ୍ତରୀୟ ପ୍ରାଣୀ ଚିକିତ୍ସାଳୟ ଅଧିକାରୀ ଡାକ୍ତର ଶୁଭ ବିକାଶ ମଲ୍ଲିକ, ବ୍ଲକ ଭେଟେନାରୀ ଅଫିସର ଦେବାଶିଷ ତ୍ରିପାଠୀ,ପ୍ରାଣୀ ଚିକିତ୍ସାଳୟ ଅଧିକାରୀ ହିନ୍ଦୋଳ ଦେବୀ ପ୍ରସାଦ ମିଶ୍ର,ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସାଳୟ ଅଧିକାରୀ ଡକ୍ଟର ରଶ୍ମୀ ସିଂ,ରାସୋଳ ପ୍ରାଣୀ ଚିକିତ୍ସାଳୟ ଅଧିକାରୀ ଡାକ୍ତର ଅଭିଷେକ ସାହୁ,ବିଜେପି ମଣ୍ଡଳ ସଭାପତି ଲିଙ୍ଗରାଜ ସାହୁ, ସମାଜସେବୀ ଭାଷ୍କର ନାୟକ, ମନୋରଞ୍ଜନ ନାଥ ଓ ଜନମଙ୍ଗଳ ରାସୋଳ ସଂଗଠନ ର ପ୍ରତିଷ୍ଠାତା ବିଭୁ ଶତପଥୀ ପ୍ରମୁଖଙ୍କ ସହ ବହୁ ସରପଞ୍ଚ ସମିତି ସଭ୍ୟ ଯୋଗଦେଇ ଥିଲେ ।
