ହୃଦଘାତରେ ବିଇଓ ଙ୍କ ମୃତ୍ୟୁ।
ସୋର(ଭଞ୍ଜଦୂତ, ନିପ୍ର): ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ବିଇଓ ଶିବାନନ୍ଦ ଧଡା ଙ୍କ ହୃଦଘାତରେ ମୃତ୍ୟୁ। ସୂଚନାଯୋଗ୍ୟ ଶିବାନନ୍ଦ ଘର ବାଲେଶ୍ବର ଜିଲ୍ଲାର ସୋର ଅଞ୍ଚଳରେ। ସେ ଆଠମଲ୍ଲିକ ଅଞ୍ଚଳରେ ବିଇଓ ଭାବେ କାର୍ଯ୍ୟରତ ଥିଲେ। ଆଜି ସନ୍ଧ୍ୟାରେ ସେ ବଇଣ୍ଡା ରୁ ଆଠମଲ୍ଲିକ ଯିବାପାଇଁ ବଇଣ୍ଡା ଠାରେ ଗାଡ଼ିକୁ ଅପେକ୍ଷା କରିଥିବା ସମୟରେ ହୃଦଘାତରେ ଯୋଗୁଁ ତଳେ ପଡିଯିବାରୁ ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ଡ଼ାକ୍ତରଖାନାରେ ଭର୍ତି କରିଥିଲେ। ସେଠାରେ ତାଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ତାଙ୍କ ମୃତ୍ୟୁ ଖବର ପାଇ ଉଭୟ ଜନ୍ମଭୂମି ଏବଂ କର୍ମଭୂମି ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
