ଆଙ୍କୁଲି କ୍ଳଷ୍ଟର ସ୍ତରୀୟ ସୁରଭି
==================
ବ୍ରହ୍ମପୁର:
ଆଙ୍କୁଲି କ୍ଳଷ୍ଟରର ସୁରଭି କାର୍ଯ୍ୟକ୍ରମ ସରକାରୀ ପୈ।ର ଉଚ୍ଚ ବିଦ୍ୟାଳୟ
ଆଙ୍କୁଲି ଠାରେ ଅନୁଷ୍ଠିତ ହୋଇଯାଇଅଛି।ଶିଶୁ ମହୋତ୍ସବ ସୁରଭି – ୨୦୨୫ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ରଙ୍ଗେଇଲୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଦେବେନ୍ଦ୍ର ବେହେରା ଉଦଘାଟନ କରିଥିଲେ।ଏଥି ସହିତ କୁସୁମ କୁମାରୀ ପାଢ଼ୀ ଏବିଇଓ,ଜଗନ୍ନାଥ ଭୂୟାଁ
ଏବିଇଓ କମ ବିଆରସିସି
ଶିବ ନାୟକ, ସୁଵାସିନି ମହାରଣା (କର୍ପୋରେଟର), ରାଜେନ୍ଦ୍ର କୁମାର ପଟ୍ଟନାୟକ, ପ୍ରଧାନ ଶିକ୍ଷକ ମଦର ସରୋଜିନୀ ବାଳିକା ଉଚ୍ଚ ବିଦ୍ୟାଳୟ,ରାଜେଶ କୁମାର ତାରିଣୀ (ମହାନଗର ନିଗମ ଶିକ୍ଷକ ସଂଘ ସଭାପତି), ଅବନୀ କୁମାର ପାଢ଼ୀ (ସଂପାଦକ), ବାଙ୍କ ପ୍ରଧାନ (କୋଷାଧ୍ୟକ୍ଷ) ସିଆରସିସି ଚାଚାନେହୁରୁ,
ଭଗଵାନ ବିଶ୍ଵାଳ ସିଆରସିସି. ଗୋଇଲୁଣ୍ଡି , ଅନୁଜ କୁମାର ପ୍ରଧାନ ସିଆରସିସି କରଣ ସାହି, ୟୁ. ଭାରତୀ ସି ଆର ସି ସି ସୁବୁଦ୍ଧି ଦେବୀ ସୁରଭି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ପୈ।ର ଉଚ୍ଚ ବିଦ୍ୟାଳୟ ଆଙ୍କୁଲି ର ପ୍ରଧାନ ଶିକ୍ଷକ ଶ୍ରୀ ନାରାୟଣୀ ରଞ୍ଜନ ସାହୁ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ।ଏହା ସହିତ ବରିଷ୍ଠ ଶିକ୍ଷକ ସୂର୍ଯ୍ୟ ନାରାୟଣ ସାହୁ ବରିଷ୍ଠ ଶିକ୍ଷୟିତ୍ରୀ ଗାୟତ୍ରୀ ଦାଶ ଉପସ୍ଥିତ ଥିଲେ। ଉପସ୍ଥିତ ସମସ୍ତ ଅତିଥି ଶିଶୁଙ୍କ ଅନ୍ତର୍ନିହିତ ଗୁଣାବଳୀ ପ୍ରଦର୍ଶନ ନିମନ୍ତେ ଏହା ଏକ ଉପଯୁକ୍ତ କାର୍ଯ୍ୟକ୍ରମ ବୋଲି ମତ ଦେଇଥିଲେ.। ଉକ୍ତ କାର୍ଯ୍ୟକ୍ରମ ରେ କ୍ଲଷ୍ଟର ରୁ ୧୫ଟି ସରକାରୀ ବିଦ୍ୟାଳୟ ରୁ ୩୫୦ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଏହି ଉତ୍ସବ ରେ Iଆଙ୍କୁଲି ହାଇସ୍କୁଲ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା
ବିଜୟଲକ୍ଷ୍ମୀ ଦିଦି,ସବିତା ଦିଦି. ନିଳେନ୍ଦ୍ରୀ ଦିଦି ,ଭାଗ୍ୟ ଲତା ଦିଦି , ନମିତା ଦିଦି ଓ ଏମ ସନ୍ଧ୍ୟା ରାଣୀ ଦିଦି ଓ ପୁଷ୍ପଶ୍ରୀ ଦିଦି କାର୍ଯ୍ୟକ୍ରମ ସୁପରିଚାଳନା କରିଥିଲେ।
ପରିଶେଷରେ ଉପସ୍ଥିତ ସମସ୍ତ ଅତିଥି, ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ର, ଛାତ୍ରୀ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମ ର ସମାପ୍ତ କରାଯାଇଥିଲା.।
