ଆଗାମୀ ନଅ ନଭେମ୍ବର ପ୍ରତିଭା ସମ୍ମାନ ପ୍ରଦାନ ଦିବସ
ବେତନଟୀ ବେତନଟୀର ପ୍ରତିଭା ପୂଜନ ଅନୁଷ୍ଠାନର ୪ର୍ଥ ପ୍ରତିଭା ସମ୍ମାନ ଉତ୍ସବ ଆସନ୍ତା ନଭେମ୍ବର ୦୯ତାରିଖ, ରବିବାର ଅପରାହଣ ରେ ଅନୁଷ୍ଠିତ ହେବାକୁ ଯାଉଅଛି । ପ୍ରତ୍ୟେକ ବର୍ଷ ଭଳି ଚଳିତବର୍ଷ ଓଡିଶାର ବିଭିନ୍ନ ସ୍ଥାନରୁ ମନୋନୀତ ମୋଟ୨୧ ଜଣ ବିଭିନ୍ନ ବିଭାଗର ପାରଦର୍ଶିତା ହାସଲ କ।ରୀ ବିଶିଷ୍ଟ ପ୍ରତିଭାଧରମାନଙ୍କୁ ସମ୍ମାନିତ କରାଯିବାକୁ ଏହାର ପରିଚାଳନା କମିଟି ବସି ସ୍ଥିର କରାଯାଇଅଛି ବୋଲି ମୁଖ୍ୟଟ୍ରଷ୍ଟି ତଥା ପ୍ରତିଭା ପୂଜନର ସଭାପତି ଆଡଭୋକେଟ୍ ସଚ୍ଚିଦାନନ୍ଦ ମହାନ୍ତି ଜଣାଇଛନ୍ତି । ଉକ୍ତ କାର୍ଯ୍ୟକ୍ରମ ମୟୂରଭଞ୍ଜ ଜିଲାର ବିଶିଷ୍ଟ ବ୍ୟକ୍ତିତ୍ୱମାନଙ୍କ ଆଥିତ୍ୟେୟତାରେ ଅନୁଷ୍ଠିତ ହେବ।ର ସ୍ଥିରୀକୃତ ହୋଇଅଛି । ଏଥିନିମନ୍ତେ ଅନୁଷ୍ଠିତ ବୈଠକରେ ଟ୍ରଷ୍ଟି ହରିଶଚନ୍ଦ୍ର ନନ୍ଦ ଗୋସ୍ୱାମୀ, ବାସୁଦେବ ନାପିତ ଓ ରବୀନ୍ଦ୍ରନାଥ ଖଟୁଆଙ୍କ ସମେତ କାର୍ଯ୍ୟନର୍ବାହୀ କମିଟୀର ସଦସ୍ୟ ଅରୁଣ କୁମାର ଓତା, ରବୀନ୍ଦ୍ର ନାଥ ମିଶ୍ର,ହରେନ୍ଦ୍ର ନାଥ ବାରିକ, କମଳ ଲୋଚନ କର, ସହଦେବ ଗିରି, ରବୀନ୍ଦ୍ରନାଥ ପ୍ରଧାନ, କମଳଲୋଚନ ମହାପାତ୍ର, ବାସନ୍ତୀ ସାହୁ, ଯତୀନ୍ଦ୍ରନାଥ ସାହୁ, ଦୁ6ର୍ଯ୍ୟଧନ ସିଂ, ବିଜୟ କୁମାର ଦ୍ୱିବେଦୀ, ସର୍ବେଶ୍ଵର ଦାସ ଓ ସମାଜସେବୀପ୍ରକାଶ ବେହେରା ପ୍ରମୁଖ ଉପସ୍ଥିତ ଥାଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଶେଷରେ ସଭ।ପତି ଶ୍ରୀ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
