ମା’ର ସବୁ ସତ ପଦାରେ ପକାଇ ଦେଲା ପୁଅ
ସ୍ଥାନ ଢେଙ୍କାନାଳ
ଢେଙ୍କାନାଳ : ଦୁଇ ଦୁଇଟି ସନ୍ତାନକୁ ଛାଡ଼ି ପର ପୁରୁଷ ସହ ଚମ୍ପଟ ମାରିଲା ମା | ମା’କୁ ଝୁରି ଝୁରି କାନ୍ଦୁଛନ୍ତି ଦୁଇ ପିଲା | ହେଲେ ମାଆର ପତା ମିଳୁନି | ସ୍ୱାମୀ ଓ ଛୁଆକୁ ଛାଡ଼ି ଅନ୍ୟ ପୁରୁଷ ସହ ପଳେଇଛି ସ୍ତ୍ରୀ | ଅଭିଯୋଗ ଅନୁଯାୟୀ ଅନେକ ଥର କୃଷ୍ଣଚନ୍ଦ୍ର ପ୍ରଧାନଙ୍କ ସହ ହୋଟେଲ ଓ ଲଜରେ ମଧ୍ୟ ଦେଖା ଯାଇଛି ପ୍ରତିମା ମଲିକ ଓ ତାଙ୍କ ସହ କୃଷ୍ଣ ଚନ୍ଦ୍ର ପ୍ରଧାନଙ୍କ ସହ | ଗୋଟେ ମା ତା ଛୁଆକୁ ଛାଡ଼ି କେମିତି ପର ପୁରୁଷ ସହ ଗଲା ତାହା ଏବେ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି | ଛୋଟ ଛୋଟ କୁନି ପିଲାକୁ କେମିତି ଛାଡ଼ି ପଳେଇଲା ମା | ଯେଉଁ ମାଆକୁ ଗ୍ରାମରେ ସମସ୍ତେ ପୂର୍ବରୁ କହୁଥିଲେ ଯେ ଜଣେ ଭଲ ମା ଓ ଜଣେ ଭଲ ଗୃହିଣୀ ସେ ଏମିତି କରିବେ ବୋଲି କେହି ଭାବି ନଥିଲେ | ଏ ଅଭାବନିୟ ଘାଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ସାଇରାମ ପୁର ଗାଁ’ରେ | ତେଲ ଲୁଣର ସଂସାର ବେଶ ଖୁସି ବାସିରେ ଚାଲୁଥାଏ ହଟାତ ଏ ସଂସାର ଉପରେ କାହା ନଜର ପଡ଼ିଲା ଭଳି ସବୁ କିଛି ଛାର ଖାର ହୋଇଗଲା | ଜଣେ ଅନ୍ୟ ପୁରୁଷ ପାଇଁ ସ୍ୱାମୀ ସ୍ତ୍ରୀ ସମ୍ପର୍କରେ ଝଡ଼ ଉଠିଲା | ସେ ଝଡ଼ ପୁଣି ଏମିତି ଉଠିଲା ଯେ ପିଲା ଛୁଆକୁ ଛାଡ଼ି ଅନ୍ୟ ପୁରୁଷ ସହ ରାତି ଅଧିଆ ପଳେଇଗଲା ସ୍ତ୍ରୀ ପ୍ରତିମା ମଲିକ | ଏ ସମ୍ପର୍କରେ ଭୁବନ ଥାନା ଓ ଢେଙ୍କାନାଳ ଏସିପିଙ୍କୁ ମଧ୍ୟ ଅବଗତ କରାଇଛନ୍ତି ସ୍ୱାମୀ କୃଷ୍ଣ ଚନ୍ଦ୍ର ମଲିକ | ଦୁଇ ଦୁଇଟି ଛୁଆକୁ ଛାଡ଼ି ପୁରା ପରିବାରକୁ କନ୍ଦାଇ ପର ପୁରୁଷ ସହ କେଉଁ ଆଡ଼େ ପଳେଇ ଯାଇଛନ୍ତି ପ୍ରତିମା | ଏ ଘଟଣାରେ ନ୍ୟାୟ କେବେ ମିଳିବ ଏ କୁନି ପିଲା ଓ ସ୍ୱାମୀକୁ ତାହାତ ସମୟ କହିବ | ହେଲେ ଏ ଭଳିଆ ନାରୀ ସମାଜକୁ କଳୁଷିତ କରୁଛନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି |
ଢେଙ୍କାନାଳ ଜିଲ୍ଲା ରୁ ଗୋକୁଳାନନ୍ଦ ବେହେରା ଙ୍କ ରିପୋର୍ଟ ଭଞ୍ଜଦୂତ ଖବର
