*ନୂଆପଡା ଉପ ନିର୍ବାଚନ ପାଇଁ ତତ୍ପର ପ୍ରଶାସନ l ରାଜସ୍ୱ କମିଶନର ତଥା ଇଲେକ୍ଟୋରାଲ ରୋଲ ଅବ୍ଜର୍ଭର୍ ଙ୍କ ନୂଆପଡା ଗସ୍ତ ସହିତ ବିଭିନ୍ନ ବୁଥ ପରିଦର୍ଶନ* l
ନୂଆପଡା(ମିଖାଏଲ ନନ୍ଦ )
ନୂଆପଡା ବିଧାନସଭା ଉପ ନିର୍ବାଚନ ପାଇଁ ପ୍ରଶାସନ ତତ୍ପର ହୋଇ ଉଠିଛି l ଆଜି ଉତ୍ତରାଞ୍ଚଳ ରାଜସ୍ୱ କମିଶନର ତଥା ଇଲେକ୍ଟୋରାଲ ରୋଲ ଅବ୍ଜର୍ଭର୍ ସଚିନ ରାମଚନ୍ଦ୍ର ଯାଦବ ନୂଆପଡା ଗସ୍ତ କରି ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ବୁଥ ପରିଦର୍ଶନ କରିଛନ୍ତି l ଏହି ଗସ୍ତ ସମୟରେ
ନୂଆପଡା ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ମଧୂସୁଦନ ଦାଶ, ଉପ ଜିଲ୍ଲାପାଳ ତଥା ଇ ଆର୍ ଓ, ସୁର୍ମି ସୋରେନ୍ ଏବଂ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ l ବୁଥ ନମ୍ବର୍ ୧୨୭ ,ନେସନାଲ ହାଇସ୍କୁଲ୍ ପରିଦର୍ଶନ ସମୟରେ ଭୋଟର ତାଲିକାରେ ନାମ ପଞ୍ଜିକରଣ, ନାମଯୋଗ ପାଇଁ ଫର୍ମ ନ ୬, ତାଲିକା ରେ ଥିବା ନାମ କାଟିବା ପାଇଁ ଫର୍ମ ୭ ଏବଂ ନାମ/ତଥ୍ୟ/ ଫଟୋ/ ଠିକଣା/ବିବରଣୀ/ତ୍ରୁଟି ସଂଶୋଧନ ପାଇଁ ଫର୍ମ ନ ୮ ରେ ଆବେଦନ ପତ୍ର ସବୁ ଠିକ୍ ଭାବରେ ତଦାରଖ ହୋଇଛି କି ନା ଏହା ବି ଏଲ ଓ ଙ୍କୁ ପଚାରି ବୁଝିଥିଲେ l ଏସ ଏସ ଆର୍ ଭେରିଫିକେଶନ ସହ ଏ ସମ୍ବନ୍ଧୀୟ ରେଜିଷ୍ଟର ଚେକ୍ କରିଥିଲେ l ଏହି ସମୟରେ ବି ଏଲ ଓ ହରେନ୍ଦ୍ର ସାଗର ବାଗ, ବି ଏଲ ଓ ସୂପରଭାଇଜର କବୀର୍ ରାଉତ ପ୍ରମୁଖ ଉପସ୍ଥିତଥିଲେ l
ଅନ୍ୟ ସବୁ ବୁଥ ମାନଙ୍କରେ ସମସ୍ତ ମୌଳିକ ସୁବିଧା ସହିତ ସଂରଚନା ଠିକ୍ ଅଛି ନା ନାହିଁ ସେ ତଦାରଖ କରିଥିଲେ l ଭୋଟ ଗ୍ରହଣ କେନ୍ଦ୍ର ହେବାକୁ ଥିବା ସମସ୍ତ ବିଦ୍ୟାଳୟରେ ପିଇବା ପାଣି, ବିଜୁଳି, ଶୌଚାଳୟ, ପାଚେରୀ ଇତ୍ୟାଦି ଅଛି ନା ନାହିଁ ପଚାରି ବୁଝିଥିଲେ l ଯେଉଁଠାରେ ଯାହା ଆବଶ୍ୟକ ଅତିଶିଘ୍ର ସେଇ ସବୁ କାମ ନିର୍ବାଚନ ଯଥେଷ୍ଟ ପୂର୍ବରୁ ସମ୍ପୂର୍ଣ କରିବା ପାଇଁ କମିଶନର ନିର୍ଦ୍ଦେଶ ଦେଇଥିଲେ l
