*ନୂଆପଡ଼ା ଜିଲ୍ଲା କୁ ଓଡ଼ିଶା ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଳୀଙ୍ଗ ଦିନକିଆ ଗସ୍ତ, ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ର ରେ ସମୀକ୍ଷା ବୈଠକ ରେ ଯୋଗଦାନ, ଜିଲ୍ଲା ର ସ୍ୱାସ୍ଥ୍ୟ ସେବା ବିକାଶ ସରକାରଙ୍କ ଦାୟିତ୍ବ ବୋଲି ପ୍ରକାଶ* ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା କୁ ଓଡ଼ିଶା ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଳୀଙ୍ଗ ଦିନକିଆ ଗସ୍ତ କରିଛନ୍ତି। ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ର ରେ ସ୍ୱାସ୍ଥ୍ୟ ଅଧିକାରୀ ଏବଂ ଡ଼ାକ୍ତର ଓ କର୍ମଚାରୀ ଙ୍କ ସହ ସମୀକ୍ଷା ବୈଠକ ରେ ଯୋଗଦାନ କରିଛନ୍ତି। ଜିଲ୍ଲାକୁ ଦିଆଯାଇଥିବା ବିଭିନ୍ନ ସ୍ୱାସ୍ଥ୍ୟ ସେବା ର ତଦାରଖ କରି ତାର କାର୍ଯ୍ୟକାରିତା ସମୀକ୍ଷା କରିଛନ୍ତି। ଜିଲ୍ଲା ର ସ୍ୱାସ୍ଥ୍ୟ ସେବା ବିକାଶ ସରକାରଙ୍କ ଦାୟିତ୍ବ ପ୍ରକାଶ କରିଛନ୍ତି। ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଦିଆଯାଇଥିବା ଡ଼ାଇଲୋଷିଶିକେନ୍ଦ୍ର କାର୍ଯ୍ୟକାରିତା ସିଟି ସ୍କେନ କାର୍ଯ୍ୟକାରିତା ଏବଂ ଏମ ଆର ଆଇ ମେସିନ ପ୍ରଦାନ କରି ସ୍ୱାସ୍ଥ୍ୟ ସେବାକୁ ଲୋକାଭିମୁଖୀ କରିବାକୁ ଆହ୍ବାନ କରିଛନ୍ତି। ଏହି ଗସ୍ତରେ ଜିଲ୍ଲାପାଳ ମଧୁସୂଦନ ଦାଶ, ଖରୀଆର ରୋଡ ନଗର ଅଧ୍ୟକ୍ଷା ଡ଼ ସୋନିଆ ଜୈନ, ମୁଖ୍ୟ ଚିକିତ୍ସା ଅଧିକାରୀ ଧନେଶ୍ୱର ସେଠୀ, ଜିଲ୍ଲା ପ୍ରକଳ୍ପ ଅଧିକାରୀ ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ସତ୍ୟ ନାରାୟଣ ତ୍ରୀପାଠୀ ଏବଂ ଅଧିକାରୀ, ପ୍ରମୁଖ ଯୋଗ ଦେଇଥିଲେ।
