ବଡ଼ଚଣା ବ୍ଲକ ର ବିଭିନ୍ନ ସ୍ଥାନ ରେ ମାଙ୍କ ଶାରଦୀୟ ଦୁର୍ଗାପୂଜା ଅନୁଷ୍ଠିତ
ବଡ଼ଚଣା/(ଭଞ୍ଜଦୂତ:ନିପ୍ର)ରିପୋର୍ଟର:ଅମିତ କୁମାର ମହାନ୍ତି
ବଡ଼ଚଣା ବ୍ଲକ ବିଭିନ୍ନ ସ୍ଥାନ ରେ ଜଗତ ଜନନୀ ମା ଦୁର୍ଗାଙ୍କ ଶାରଦୀୟ ଦୁର୍ଗାପୂଜା ମହା ଆଡ଼ମ୍ବ ର ସହକାରେ ପାଳନ କରାଯାଇଅଛି, ଛତିଆ, ବୈରୀ, ବଡ଼ଚଣା, ବନ୍ତଳା, ଚଣ୍ଡିତଳ, ଚଣ୍ଡିଖୋଲ, ଖରମଙ୍ଗି, ବିଶେଷ କରି ଚଣ୍ଡିଖୋଲ ସାର୍ଵ ଜନୀନ ଦୁର୍ଗାପୂଜା କମିଟି ପକ୍ଷ ରୁ ବେଶ ଧୁମ ଧାମ ରେ ପାଳନ କରାଯାଇଛି ମା ଙ୍କ ପାଖରେ ଆଜି ମହା ନବମୀ ପୂଜା ରୀତି ନୀତି ଅନୁସାରେ ପୂଜା ପାଳନକରାଯାଇଛି, ଆନନ୍ଦ ଉଲ୍ଲାସ ସହିତ କରାଯାଉଛି ଏବଂ ଶ୍ରଦ୍ଧାଳୁ ଭକ୍ତ ଶାନ୍ତି ଶୁଙ୍ଖଳା ସହିତ ପାଳନ କରୁଛନ୍ତି।
ମା ଜଗତ ଜନନୀଙ୍କ ପୂଜା ପାଳନ କୁ ନେଇ ଗ୍ରାମ ବାସି ଙ୍କ ଖୁସି କହିଲେ ନସରେ। ମିନା ବଜାର ସାଙ୍ଗକୁ ଚଟପଟି ଖାଇବା ର ମଜା ଏବଂ ବଜାର ଚଳ ଚଞ୍ଚଳତା ସାଙ୍ଗରେ ମେଲୋଡି କାଯ୍ୟକ୍ରମ ଆଖି ଝଲସି ହୋଇ ଯାଉଛି। ଅନେକ ଭକ୍ତ ବହୁ ଦୂର ଦୁରାନ୍ତରୁ ଲୋକେ ମାଆଙ୍କୁ ଦେଖି ବାକୁ ଧାଡି ଛୁଟିଛି। ଚଣ୍ଡିଖୋଲ ସାର୍ଵ ଜନୀନ ଦୁର୍ଗାପୂଜା,କମିଟିର ସଭାପତି -ଶ୍ରୀ ବିଭୁତି ଭୂଷଣ ଜେନା ,ଓ ସମ୍ଫାଦକ-ଅକ୍ଷୟ କୁମାର ସ୍ୱାଇଁ
ସମସ୍ତ କାର୍ଯ୍ୟାକର୍ତ୍ତା ଙ୍କ ସହଯୋଗ ରେ ମାଙ୍କ କାଯ୍ୟକ୍ରମ ବହୁ ଧୁମ ଧାମ ରେ କରାଯାଉଛି। ସମସ୍ତ ଭକ୍ତ ମାନଙ୍କ ପାଇଁ ଶାନ୍ତି ଶୃଙ୍କାଳ ର ବ୍ୟବସ୍ତା କରାଯାଇଛି।
