ସିସିଡି ର ଶିକ୍ଷା ପ୍ରଚେଷ୍ଟାରେ ନୂଆ ପଦକ୍ଷେପ – ଗାଇଡ୍ ବୁକ୍ ଓ ଟେଷ୍ଟ ପେପର ବଣ୍ଟନ କାର୍ଯ୍ୟକ୍ର।
ଗଜପତି (ଟିକି ଲିମା )
ଗ୍ରାମୀଣ ଛାତ୍ରଛାତ୍ରୀଙ୍କ ଶିକ୍ଷାର ଗୁଣୋନ୍ନତି ଏବଂ ପରୀକ୍ଷା ପ୍ରସ୍ତୁତିରେ ସହାୟତା ପ୍ରଦାନ କରିବାକୁ ସି ସି ଡି ତରଫରୁ ଏଫ୍ ଏଫ୍ ଭି ଡି ପି ପ୍ରକଳ୍ପ ଅଧୀନରେ ସିଙ୍ଗୁଭୁୟାନ ସାହିରେ ଗାଇଡ୍ ବୁକ୍ ଓ ଟେଷ୍ଟ ପେପର ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଙ୍ଗର୍ଶୀଙ୍ଗି ପଞ୍ଚାୟତ ର ସାର୍ଗିସାହି, ସିଙ୍ଗୁଭୁୟାନ ସାହି ଓ ସାଉଥ ସାହି , ଜୀରଙ୍ଗ ପଞ୍ଚାୟତର ଗଲଗଣ୍ଡା, ଗୁରସାହି, ଲକ୍ଷ୍ମୀପୁର ପଞ୍ଚାୟତର ସାନ ତପଙ୍ଗ ଗ୍ରାମରେ ମୋଟ 45 ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ଶିକ୍ଷାମନ୍ତ୍ରୀ ଓ ଭିଡିସି ସଦସ୍ୟମାନେ ୧୦ମ ଶ୍ରେଣୀରେ ପରୀକ୍ଷା ଦେବାକୁଥିବା 34 ଛାତ୍ରଛାତ୍ରୀଙ୍କୁ ବିଶେଷ ଟେଷ୍ଟ ପେପର ଏବଂ ୫ମ ଶ୍ରେଣୀର 11 ଛାତ୍ରଛାତ୍ରୀଙ୍କୁ ବୃତି ଗାଇଡ୍ ବୁକ୍ ବଣ୍ଟନ କଲେ।
ଅଭିଭାବକ, ଶିକ୍ଷକ, ଗ୍ରାମବାସୀ ଓ ସମୁଦାୟ ସଦସ୍ୟମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିବାରୁ କାର୍ଯ୍ୟକ୍ରମର ପରିବେଶ ଉତ୍ସାହମୟ ହୋଇଥିଲା। ଶିକ୍ଷାମନ୍ତ୍ରୀ ଓ ଭିଡ଼ିସି ପ୍ରତିନିଧିମାନେ ନିଜ ଉଦ୍ବୋଧନରେ ଶିକ୍ଷାର ମୂଲ୍ୟ, ନିଷ୍ଠା, ଶ୍ରମ ଓ ଲକ୍ଷ୍ୟସାଧନର ଗୁରୁତ୍ୱ ବିଷୟରେ ଛାତ୍ରଛାତ୍ରୀଙ୍କୁ ପ୍ରେରଣାଦାୟକ ବାର୍ତ୍ତା ଦେଲେ।
ଏହି କାର୍ଯ୍ୟକ୍ରମ ସିସିଡି ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀ ଏ. ଜଗନ୍ନାଥ ରାଜୁ ଙ୍କ ନିର୍ଦ୍ଧେଶକ୍ରମେ, ପ୍ରୋଗ୍ରାମ ମ୍ୟାନେଜର ବିଜୟ ପ୍ରଧାନଙ୍କ ତତତ୍ଵାବଧାନରେ, ପ୍ରୋଜେକ୍ଟ ଅଫିସର ଶ୍ରୀ ଦେବାଶିଷ ପାଇକଙ୍କ ଦ୍ଵାରା ସଫଳତାର ସହିତ ପରିଚାଳିତ ହୋଇଥିଲା
