ବିଭାଗୀୟ ଅଧିକାରୀ ଙ୍କ ଅବହେଳା ଯୋଗୁଁ ବିଜୁଳି ସୁବିଧା ରୁ ବଞ୍ଚିତ ଗୁମ୍ମା ଗ୍ରାମ ବାସୀ।
ଗଜପତି (ଟିକି ଲିମା)
ଗୁମ୍ମା,20।8 ନାରୀ ନିର୍ଯ୍ୟାତନା, ଲୁଟ,ଡକାୟତି ଓ ରାହାଜାନୀ ବୃଦ୍ଧି ପାଇବାରେ ଲାଗିଛି।ଏସବୁ ଦିଗକୁ ଦୃଷ୍ଟିରେ ରହି ସରକାର ସହର ଠାରୁ ଗାଁ ପର୍ଯ୍ୟନ୍ତ ସତର୍କତା ଅବଲମ୍ବନ କରିବାକୁ ଚେଷ୍ଟା କରୁଛନ୍ତି।କିନ୍ତୁ ବିଡ଼ମ୍ବନାର ଵିଷୟ ଯେ ଦୀପ ତଳ ଅନ୍ଧାର ପରି ଗୁମ୍ମା ସଦର ମହକୁମା କୁତାମ ଠାରୁ ଆଦର୍ଶ ବିଦ୍ୟାଳୟ ପର୍ଯ୍ୟନ୍ତ ରାସ୍ତା କଡରେ ଖମ୍ବ ଅଛି କିନ୍ତୁ ବିଜୁଳି ଗାଏବ ହୋଇଯାଇଛି।ସୂଚନା ଅନୁଯାୟୀ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଗୁମ୍ମା ଗ୍ରାମ ପଞ୍ଚାୟତର ମୁଖ୍ୟ ରାସ୍ତା କଡରେ ଦୀର୍ଘ ମାସ ଧରି ଖମ୍ବରେ ଲାଇଟ ଅଛି ସତ କିନ୍ତୁ ରାତି ହେଲେ ଲାଇଟ ଜଳୁ ନଥିବା ଅଭିଯୋଗ ହୋଇଛି। ଦୁଃଖର ବିଷୟ ଯେ ଗୁମ୍ମା ପଞ୍ଚାୟତର ସାମ୍ନା ବିଦ୍ଯୁତ ଖମ୍ବରେ ମଧ୍ୟ ରାତି ହେଲେ ଲାଇଟ ଜଳୁ ନଥିବା ଏବେ ଚିନ୍ତାର କାରଣ ହୋଇଛି।ଅପରପକ୍ଷରେ ଗୁମ୍ମା ପଞ୍ଚାୟତ ମୁଖ୍ୟ ରାସ୍ତା କଡରେ ଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର,ଗୁମ୍ମା ପାଣ୍ଡି,ବାଳିକା ଆବାସିକ ବିଦ୍ୟାଳୟ,ବ୍ୟାଙ୍କ,ଏଟିଏମ ଏବଂ ମୁଖ୍ୟ ଦୋକାନ ବଜାର ରହିଛି।ତେବେ ରାତି ହେଲେ ସାଧାରଣ ଲୋକଟି ଯଜୁରୀ ସମୟରେ ଉକ୍ତ ରାସ୍ତା ଦେଇ ଯିବା ଆସିବା କରିବା କୋଷ୍ଟକର ହେବା ସହ କୌଣସି ପ୍ରକାର ଅଘଟଣ ଘଟିଯିବା ଭୟ ଲାଗୁଥିବା ଅଭିଯୋଗ କରିଛନ୍ତି ପ୍ରୀତମ ପାଳ,ଏଜିକିଏଲ ଶବର,ଅଜୟ ବଡ଼ ନାୟକ, ବାବୁନା ଜେନା, ଦାନିଏଲ ଲିମ୍ମା, ସିପାରୁ ଶବର,ପ୍ରଦୀପ ଦଳାଇ ଓ ସନ୍ତୋଷ କୁମାର ଦାଣ୍ଡେସେନା।ସେହିପରି ରାତ୍ରି ପେଟ୍ରୋଲିଂ ସମୟରେ ମଧ୍ୟ ପୋଲିସ କର୍ମଚାରୀ ମାନେ ରାସ୍ତାରେ ଅନ୍ଧାର ଥିବା ଯୋଗୁଁ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଥିବା କହିଛନ୍ତି।ତେବେ ଦୀପ ତଳ ଅନ୍ଧାର ଭଳି ଗୁମ୍ମା ବ୍ଲକ କାର୍ଯ୍ୟାଳୟର ଅତି ନିକଟରେ ଏପରି ସମସ୍ୟା ଦେଖା ଦେବା ଦୁର୍ଭାଗ୍ୟର ବିଷୟ ବୋଲି ବୁଦ୍ଧିଜୀବୀ ମହଲରେ କ୍ଷୋଭ ପ୍ରକାଶ ପାଇଛି।ଏନେଇ ଗୁମ୍ମା କାର୍ଯ୍ୟନିର୍ବାହୀ ଅଧିକାରୀଣୀ ଉର୍ବଶୀ ପାଣିଙ୍କୁ ବହୁତ ଥର ଯାଇ ଯୋଗାଯୋଗ ପରେ ମଧ୍ୟ କୌଣସି ଉତ୍ତର ମିଳି ନାହିଁ। ଗ୍ରାମବାସୀ ଙ୍କ କହିବା ଅନୁଯାଇ କାର୍ଯ୍ୟନିର୍ବାହୀ ଅଧିକାରିଣୀ ଉର୍ବଶୀ ପାଣିଙ୍କ ଅବହେଳା ଜଗୁ ଆଜି ଗୁମ୍ମା ବ୍ଲକ ଛୋକ ଏବଂ ସାହିରେ ଖମ୍ବ ଅଛି ସତ କିନ୍ତୁ ବିଜୁଳି ନାହିଁ
