ଜନ୍ମ ଦିନ ନିଆରା ଢଙ୍ଗରେ ପାଳିଲେ ଆଦର୍ଶ ଯୁବ ପରିଷଦ
ସୋର(ନିପ୍ର): ବୃକ୍ଷ ହଁ ଜୀବନ, ବୃକ୍ଷ ବିନା ବଞ୍ଚିବା ଅସମ୍ଭବ। ସେହି ଶତ୍ୟ କୁ ଉପଲବ୍ଧି କରି ସମ୍ବାଦ ଅଧ୍ୟକ୍ଷ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଜନ୍ମଦିନ ଉପଲକ୍ଷେ ସୋରର ଅଗ୍ରୀଣ ସ୍ୱେଛାସେବୀ ସଂଗଠନ ଆଦର୍ଶ ଯୁବ ପରିଷଦ ଓ ସମ୍ବାଦ ଆମ ଓଡିଶା ସହଯୋଗରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ସୋର ବ୍ଲକ ନଟାପଡ଼ା ପଞ୍ଚାୟତ ଚନ୍ଦନ ପୋଖରୀ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଚନ୍ଦନ ପୋଖର ଆଡିରେ ୬୨ଟି କୃଷ୍ଣଚୁଡା,ରାଧାଚୁଡା,ଶିଶୁ, ଜାମୁ, ପିଜୁଳି ଚାରା ରୋପଣ କରାଯାଇଥିଲା। ଏହି ସମୟରେ ଆଦର୍ଶ ଯୁବ ପରିଷଦର ସଭାପତି ପୃଥିବୀ ରଞ୍ଜନ ବେହେରା, ଯଦୁନାଥ ଧଡ଼ା,ଧୀରଜ ବେହେରା, ଦିଲ୍ଲୀପ ମହାନ୍ତି,ପ୍ରମିଳା ରାଉତ, ରଞ୍ଜିତା ଅଗସ୍ତି, ନିବେଦିତା ପୋଇ,ପ୍ରମୁଖ ଚାରା ରୋପଣ କରିଥିଲେ। କାର୍ଯ୍ୟକ୍ରମ ପରେ ପରିଷଦର ସଭାପତି ପୃଥିବୀ ବେହେରା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଜନ୍ମଦିନ ପାଇଁ ପିଲା ମାନଙ୍କୁ ଚକଲେଟ ବାଣ୍ଟିଥିଲେ। ଶେଷରେ ଉପସଭାପତି ତଥା ସୋର ଅଞ୍ଚଳ ର ଯୁବ ସାମ୍ବାଦିକ ଅଞ୍ଜନ କୁମାର ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ସୋର ସମ୍ବାଦ ପ୍ରତିନିଧି ଅଭୟ କୁମାର ପତ୍ରୀ ପରିଚାଳନା କରିଥିଲେ।
