ବାରିପଦା (ଶିବାନନ୍ଦ ବାଗ) : ଆଜି ବାରିପଦାଠାରେ ହର ଘର ତ୍ରିରଙ୍ଗା ଉପଲକ୍ଷେ ଏକ ତ୍ରିରଙ୍ଗା ବାଇକ ଶୋଭାଯାତ୍ରା ଓ ତ୍ରିରଙ୍ଗା ୱାକାଥନ ମଧ୍ଯ ଅନୁଷ୍ଠିତ ହୋଇଯାଇଛି | ଉକ୍ତ ତ୍ରିରଙ୍ଗା ବାଇକ ଯାତ୍ରାକୁ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବରୁଣ ଗୁଣ୍ଠୁପାଲୀ ,ଆଇ ଏ ଏସ ପ୍ରୋବେଶନର କାଶିଷ ବକ୍ସି ପ୍ରମୁଖ ପତକା ଦେଖାଇ ସକାଳ ୮ ଘଟିକା ସମୟରେ ଶୁଭାରମ୍ଭ କରିଥିଲେ ଏବଂ ଏହାପରେ ଜିଲ୍ଲାପାଳକ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଏକ ବାଇକରେ ଲୋକମାନଙ୍କ ସହିତ ଏହି ରାଲିରେ ସାମିଲ ହୋଇଥିଲେ | ଏହି ବାଇକ ଶୋଭାଯାତ୍ରାରେ ୧୦୦୦ ରୁ ଉର୍ଦ୍ଧ ବିଭିନ୍ନ ବର୍ଗ ଯାଥା ପୋଲିସ ପଦାଧିକାରୀ, ପୋଲିସ କର୍ମଚାରୀ, ସରକାରୀ ପଦାଧିକାରୀ, କର୍ମଚାରୀ, ଲୋକପ୍ରତିନିଧି, ଏନସିସି, ଏନଏସଏସ ,କ୍ରୀଡ଼ା ଛାତ୍ର ସ୍ଵେଚ୍ଛାସେବୀ ,ଅବସରପ୍ରାପ୍ତ ସେନା କର୍ମଚାରୀ ଲାଗି ର ସଦସ୍ୟ, ବୁଦ୍ଧିଜୀବୀ ଏବଂ ସାଧାରଣ ଜନତା ବିପୁଳ ସଂଖ୍ୟାରେ ସାମିଲ ହୋଇ ଶୋଭାଯାତ୍ରାରେ ନିଜ ସହିତ ତ୍ରିରଙ୍ଗା ପତାକା ଧରି ବାଇକ ଚଲାଇ ବନ୍ଦେ ମାତରମ୍, ଭାରତ ମାତାକି ଜୟ, ଜୟ ଜବାନ ଜୟ କିଷାନ, ଇନକ୍ଲବ ଜିନ୍ଦାବାଦ ଇତ୍ୟାଦି ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ | ଅପରେସନ୍ ସିନ୍ଦୂରର ସଫଳତା ପରେ ଭାରତୀୟ ସେନାବାହିନୀର ପରାକ୍ରମକୁ ସମ୍ମାନ ପ୍ରଦର୍ଶନ ଏହି ହର ଘର ତ୍ରିରଙ୍ଗା ଉପଲକ୍ଷେ ବାଇକ ଯାତ୍ରା ଆତଙ୍କବାଦୀ ବିରୁଦ୍ଧରେ ଦେଶର ଅଭିଯାନକୁ ଆହୁରି ସଶକ୍ତ କରିବ | ତ୍ରିରଙ୍ଗା ର ତିନି ରଙ୍ଗ ଆମକୁ ଶାନ୍ତି, ମୈତ୍ରୀ ଆଦର୍ଶରେ ଅନୁପ୍ରାଣିତ କରିଥାଏ | ଏହି ଅବସରରେ ଜିଲ୍ଲାପାଳ କହିଥିଲେ ଯେ, ୭୯ ତମ ସ୍ଵାଧୀନତା ଦିବସ ଉପଲକ୍ଷେ ଆମ ଦେଶ ମାତୃକାର ସମ୍ମାନ ତଥା ଜାତୀୟ ପତାକା କୁ ସମ୍ମାନ ଜଣାଇବା ଉଦୟଶରେ ଆମର ଏକତାକୁ ବଜାୟ ରଖିବା ପାଇଁ ଏହି ରାଲି ରେ ସମସ୍ତ ସାମିଲ୍ ହୋଇଛନ୍ତି | ଜିଲ୍ଲା ପ୍ରଶାସନ ତରଫରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ପୌରପାଳିକା ଉପାଧ୍ୟକ୍ଷା ଶ୍ରୀମତୀ ସୀମା ଦାସ, ମୁଖ୍ୟ ଉନ୍ନୟନ ଅଧିକାରୀ ଧର୍ମା ନନ୍ଦ ବେହେରା, ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସପନ କୁମାର ସାହୁ ରାଉତ, ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ବିନୋଦ କିଷାନ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମମତାମୟୀ ବିଶ୍ଵାଳ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ସୁଭାଶିଷ ନାୟକ ସେଠୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତିଙ୍କ ସମେତ ବିଭିନ୍ନ ବିଭାଗୀୟ ପଦାଧିକାରୀ,ବିଭିନ୍ନ ୱାର୍ଡର କାଉନ୍ସିଲର ଓ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗ ଦେଇଥିଲେ | ଏହି ରାସଲି ରେ ଅଂଶଗ୍ରହଣକାରୀ ମାନଙ୍କୁ ଫାଇଲେରିଆ ନିରାକରଣ ଔଷଧ ସେବନ କରିବାପାଇଁ ପରାମର୍ଶ ଏବଂ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଖୋଲାଯାଇଥିବା କ୍ୟାମ୍ପ ସମସ୍ତ ଏହି ଔଷଧ ସେବନ କରିଥିଲେ |
