ନୂଆପଡା ( ମିଖାଏଲ ନନ୍ଦ) : ନୂଆପଡ଼ା ଜିଲ୍ଲା ସଦର ମହକୁମା ମିନି ଷ୍ଟାଡିୟମ ଠାରେ ଜିଲ୍ଲା ସ୍ତରୀୟ ୭୯ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଅଛି। ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଜାତୀୟ ପତାକା କୁ ଉତ୍ତୋଳନ କରିବା ସହ ମିଳିତ ଜାତୀୟ ପ୍ୟାରେଡ ନିରୀକ୍ଷଣ କରିଥିଲେ। ୨୯ ଗୋଟି ମିଳିତ ପ୍ୟାରେଡ ଦଳ ର ଅଭିବାଦନ ଗ୍ରହଣ କରିଛନ୍ତି। ଆଜିର ସ୍ଵାଧୀନତା ଦିବସ ଉପଲକ୍ଷେ ଜିଲ୍ଲାବାସୀ ଙ୍କୁ ଉଦବୋଧନ ଦେଇ ସ୍ବାଧୀନ ସଂଗ୍ରାମୀ ଙ୍କୁ ମନେ ପକାଇ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜଣାଇବା ସହ ନୂଆପଡ଼ା ଜିଲ୍ଲାକୁ ବିକଶିତ କରିବା ନେଇ ଆହ୍ବାନ କରିଥିଲେ। ଅନେକ କ୍ଷେତ୍ର ରେ ଜିଲ୍ଲା ଏକ ନମ୍ୱର୍ ହୋଇଥିବା ବେଳେ ସଭାଗିତା ଦ୍ବାରା ସମ୍ଭବ ବୋଲି କହିଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି।
