ସୋର (ଜ୍ୟୋତି ପ୍ରକାଶ ଦୀକ୍ଷିତ) : ଉଚ୍ଚ ଶିକ୍ଷା ବିଭାଗ,ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ (ହର୍ ଘର୍ ତ୍ରିରଙ୍ଗା) କାର୍ଯ୍ୟକ୍ରମ ଦ୍ବାରା ଉପେନ୍ଦ୍ର ନାଥ ମହାବିଦ୍ୟାଳୟ ତରଫରୁ ତା ୧୩.୦୮.୨୫ ରିଖ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହୋଇଯାଇଛି,ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ମନୋଜ କୁମାର ମହାନ୍ତି,ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ,ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଏବଂ ଛାତ୍ର ଛାତ୍ରୀ ମାନେ ସହଯୋଗ କରିଥିଲେ , ହର୍ ଘର୍ ତୀରଙ୍ଗା କାର୍ଯ୍ୟକ୍ରମ ଦ୍ବାରା ୧୪/୦୮/୨୦୨୫ ରିଖ ସକାଳେ ସୋର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଅଧକ୍ଷ,ଅଧ୍ୟାପକ ଓ କର୍ମଚାରୀ,ଶତାଧିକ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ୮୦ରୁ ଉର୍ଦ୍ଧ୍ବ ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଥିଲା ଏବଂ ଦିବା ୧୦ ଘଟିକା ସମୟରେ ଏକ ବିଶାଳ ତିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା, ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ମନୋଜ କୁମାର ମହାନ୍ତି ଏହି ଶୋଭାଯାତ୍ରାକୁ କଲେଜ୍ ପରିସରରେ ଉଦ୍ଘାଟନ କରିଥିଲେ, ୧୦୦୦ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଏହି ଶୋଭାଯାତ୍ରା ରେ ବାହାରି କଲେଜ୍ ଛକ ଦେଇ ମୁଳେଶ୍ୱର ଓ ଲିଙ୍ଗପଡ଼ା ଗ୍ରାମ ପରିକ୍ରମା କରି ପୁଣି କଲେଜ୍ କୁ ଫେରିଥିଲେ । ଏକ ୧୦୦ଫୁଟ୍ ର ତିରଙ୍ଗା ପତ୍ତାକା ସହ ଏହି ଶୋଭାଯାତ୍ରା ଏକ ଶାନ୍ତିର ବାର୍ତ୍ତା ପ୍ରଦାନ କରିବା ଉଦ୍ଦେଶ୍ୟରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ଅବସରରେ ମହାବିଦ୍ୟାଳୟର ୪୦ରୁ ଉର୍ଦ୍ଧ୍ବ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ଏହି ଶୋଭାଯାତ୍ରାରେ ଯୋଗ ଦେଇ ସାଫଲ୍ୟ ମଣ୍ଡିତ କରିଥିଲେ ।
