ବୌଦ୍ଧ (କୃଷ୍ଣ ଚନ୍ଦ୍ର ସିଂହ ) : ଜିଲ୍ଲା ଗସ୍ତରେ ଆସିଥିବା ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ବୌଦ୍ଧ ସହର 1 ନଂ ୱାର୍ଡ ମାଳୀସାହି ଏବଂ 2 ନଂ ୱାର୍ଡ ବଗିଚାସାହି ପରିଦର୍ଶନ କରିଥିଲେ l ମାଳୀସାହି ଏବଂ ବଗିଚାସାହି ଅଞ୍ଚଳର ସ୍ଥାନୀୟ ଜନସାଧାରଣ ଙ୍କ ସହ ବାର୍ତ୍ତାଳାପ କରିଥିଲ l ଡ୍ରେନେଜ ବ୍ୟବସ୍ଥାରେ ସୁଧାର ଆଣିବା ସହ ନିୟମିତ ମଶା ତେଲ ପକାଇବା ପାଇଁ ଏନ ଏ ସି ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ l ମନ୍ତ୍ରୀଙ୍କ ଗସ୍ତ ସମୟରେ ଜ଼ିଲ୍ଲାପାଳ ବିଭୁତି ଭୂଷଣ ନାୟକ, ଅତିରିକ୍ତ ଜ଼ିଲ୍ଲାପାଳ ଅନିରୁଦ୍ଧ ପଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ପ୍ରଭାସ ଚଦ୍ର ଦଣ୍ଡସନା, ଉପ ଜ଼ିଲ୍ଲାପାଳ, ବୌଦ୍ଧ ବିନୟ କୁମାର ଭୋଇ, ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ, ସାଂସଦ ଙ୍କ ପ୍ରତିନିଧି ଯୁଗଳ କିଶୋର ସାମଲ ଙ୍କ ସମେତ ଏନ ଏ ସି ର କର୍ମଚାରୀ, ଜନସାଧାରଣ ଉପସ୍ଥିତ ଥିଲେ l
