
ଯାଜପୁର (ସରୋଜ କୁମାର ଧଳ) : ଚଣ୍ତିଖୋଲ – ଡୁବୁରି ୫୩ ନମ୍ବର ଜାତୀୟ ରାଜପଥର ବାଲିସାହି ଛକ ନିକଟରେ ଅଜଣା ଗାଡି ଧକା ଦେବା ଫଳରେ ବୃଷଭରାଜଙ୍କ ଗୁରୁତ୍ୱର ଆହତ ହୋଇଛି । ପ୍ରତ୍ୟକ୍ଷ ଦର୍ଶିଙ୍କ ସୂଚନା ଅନୁଯାଇ ବୃଷଭଟି ଜାତୀୟ ରାଜପଥରେ ଶୋଇଥିବା ଅବସ୍ତାରେ ଅଜଣା ଗାଡି ଧକା ଦେଇ ୨୦୦ ରୁ ୩୦୦ ମିଟର ପାଖାପାଖି ଘୋଷାଡି ନେଇଯାଇଥିଲା । ବାଲିସାହି ପୋଖରୀ ନିକଟରେ ବୃଷଭଟି ଅତି ଶୋଚନୀୟ ଅବସ୍ତାରେ ପଡିରହି ଯନ୍ତ୍ରଣାରେ ଛଟପଟ ହେଉଥିଲା । ଏହି ଖବର ପାଇବା ପରେ ସ୍ଥାନୀୟ ଅଞ୍ଚଳର ସମାଜସେବା ଅନୁଷ୍ଠାନ ସର୍ବମଙ୍ଗଳେ ଜଗନ୍ନାଥ ସେବା ସଙ୍ଗଠନ ପକ୍ଷରୁ ଉଦ୍ଧାର ପାଇଁ ଜାତୀୟ ରାଜପଥ ଟୋଲଫ୍ରି ନମ୍ବର ୧୦୩୩ ଆମ୍ବୁଲାନ୍ସ୍ କୁ ଯୋଗାଯୋଗ କରାଯାଇଥିଲା । କିନ୍ତୁ ଉଦ୍ଧାର କାର୍ଯ୍ୟ ପାଇଁ ସଙ୍ଗେ ସଙ୍ଗେ ଆସିପାରିଲେ ନାହିଁ । ତା’ପର ଦିନ ଆସି ପହଞ୍ଚିଲା ପରେ ସମାଜସେବୀ ଓ ଜାତୀୟ ରାଜପଥ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ସ୍ଥାନୀୟ ଅଞ୍ଚଳର କୋଠା ଘରେ ରଖା ଯାଇଥିଲା । ଚିକିତ୍ସା ପାଇଁ ଧର୍ମଶାଳା ମଣ୍ତଳ ପ୍ରାଣୀ ଚିକିତ୍ସାଳୟ ସହିତ ଟୋଲ୍ ଫ୍ରି ନମ୍ବର ୧୯୬୨ କୁ କଲ୍ କରାଯାଇଥିଲା କିନ୍ତୁ ସେ ଆସିପାରିବେନି ବୋଲି ସିଧା ମନା କଲେ ତା’ ବଦଳରେ ବୃଷଭରାଜଙ୍କୁ ମେଡିକାଲ୍ ଆଣିବା ପରାମର୍ଶ ଦେଇଥିଲେ । ୧୯୬୨ ଟୋଲ୍ ଫ୍ରି କୁ କଲ୍ କରିଥିଲେ କିନ୍ତୁ ପ୍ରାଣୀ ଚିକିତ୍ସାଳୟ ତରଫରୁ ଭ୍ରାମ୍ୟମାଣ ମାଗଣା ଚିକିତ୍ସା ଯୋଗାଇ ଦେବା ବଦଳରେ ଏପରି ଅମାନବିକତା କାର୍ଯ୍ୟ କିପରି ହେଲା ସ୍ଥାନୀୟ ଲୋକେ ଘୋର ନିନ୍ଦା କରିଛନ୍ତି । ପରେ ଜଣେ ପ୍ରାଣୀ ଚିକିତ୍ସକ ଆସି ଚିକିତ୍ସା କରିବା ଫଳରେ ବୃଷଭଟି ସୁସ୍ଥରେ ଥିବା ଜଣାପଡିଛି । ଏଥିରେ ସ୍ଥାନୀୟ ଅଞ୍ଚଳରେ ଗଢି ଉଠିଥିବା ଯୁବ ଗୋଷ୍ଠୀ କୁ ନେଇ ଅଗ୍ରଣୀ ସେବା ସଂସ୍ଥା ସର୍ବମଙ୍ଗଳେ ଜଗନ୍ନାଥ ସେବା ସଙ୍ଗଠନର ସମସ୍ତ ସଦସ୍ୟ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟକୁ ତ୍ୱରାନିତ କରିଥିଲେ ।