
ନୂଆପଡା ( ମିଖାଏଲ ନନ୍ଦ) : ନୂଆପଡା ଜିଲ୍ଲା ସଦର ମହକୁମା ଅଦାଲତ ପରିସରରେ ଜିଲ୍ଲା ଦୌରା ଜଜ୍ ନିରଞ୍ଜନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ କିଶୋର ନ୍ୟାୟ ଓ ଶିଶୁକନ୍ୟା ସୁରକ୍ଷା ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ମାଜିଷ୍ଟ୍ରେଟ ଯୋଗ ଦେଇଥିବା ବେଳେ ଜିଲ୍ଲାପାଳ ମଧୁସୂଦନ ଦାଶ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜି ଆର୍ ରେଡ୍ଡୀ ରାଘବେନ୍ଦ୍ର , ଖଡିଆଳ ବନଖଣ୍ଡ ଅଧିକାରୀ ଅଜିଜ୍ ଖାନ୍, ଅଧିବକ୍ତା ସଂଘ ର ସଭାପତି ଖିତିଶ ବୋଧନକର ବିଶ୍ଵ ରଞ୍ଜନ ପାଣିଗ୍ରାହୀ ଓ ସଚିବ ପ୍ରମୁଖ ଯୋଗଦେଇଥିଲେ। ଶିଶୁ କନ୍ୟା ମାନଙ୍କ ସୁରକ୍ଷା ଜନ୍ମରୁ ଆରମ୍ଭ ହୋଇ ଜଣେ ସଚେତନ ନାଗରିକ ରୂପେ ଗଢିତୋଳିବା ନାଗରିକଙ୍କ ନୈତିକ କର୍ତ୍ତବ୍ୟ ଅଟେ। ଉତ୍ତମ ଶିକ୍ଷା ହିଁ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ସୁନିଶ୍ଚିତ କରିଥାଏ ବୋଲି ଅତିଥି ମାନେ ମତ ପୋଷଣ କରିଥିଲେ। କାର୍ଯ୍ୟକ୍ରମକୁ କିଶୋର ନ୍ୟାୟ ଅଧିନିୟମର ଜିଲ୍ଲା ଦୌରା ଜର୍ଜ ପରିଚାଳନା କରିଥିଲେ l