
ନୂଆପଡା ( ମିଖାଏଲ ନନ୍ଦ) : ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ୍ ଅନ୍ତର୍ଗତ ଚିନ୍ଦାଗୁଡ଼ା ରାଜସ୍ବ ନୀରିକ୍ଷକ ଙ୍କ କାର୍ଯ୍ୟାଳୟ ଦୀର୍ଘ ଏକ ବର୍ଷ ହେବ କାମ ଆରମ୍ଭ ହୋଇଅଛି। ଏହା ପୂର୍ବରୁ ଖଡିଆଳ ରାଜସ୍ବ କାର୍ଯ୍ୟାଳୟ ରେ ଯୁଗ୍ମ ଭାବରେ କାର୍ଯ୍ୟ ଅନୁଷ୍ଠିତ ହେଉଥିଲା। ଏକ ବର୍ଷ ନିଜସ୍ଵ ଜମିରେ ଦୁଇ ମହଲା କୋଠା ନିର୍ମାଣ ହୋଇ କାର୍ଯ୍ୟାଳୟ ଆରମ୍ଭ ହୋଇଅଛି। କିନ୍ତୁ ଯାତାୟତ ନେଇ ସମସ୍ୟା ଦେଖାଯାଉଛି। ସାମାନ୍ୟ ବର୍ଷ ରେ ରାଜସ୍ବ ବିଭାଗର ବିଭିନ୍ନ କାର୍ଯ୍ୟ ନେଇ ଆସୁଥିବା ଗ୍ରାମବାସୀ ମାନେ ନାହିଁ ନଥିବା ସମସ୍ୟା ସମ୍ମୁଖୀନ ହେଉଛନ୍ତି। ସେହିପରି କାର୍ଯ୍ୟାଳୟ କୁ ପହଞ୍ଚିଲେ ବସିବା ସୁବିଧା ନାହିଁ। ଠିଆ ଠିଆ ହୋଇ ନିଜ କାର୍ଯ୍ୟ କରୁଥିବା ଦେଖାଯାଉଛି। ସରକାରୀ କାର୍ଯ୍ୟାଳୟ ରେ ଅନେକ ଆନୁସାଙ୍ଗିକ ବ୍ୟବସ୍ଥା ରହିବା କଥା, କିନ୍ତୁ ଏଭଳି ଅବସ୍ଥା ଅନେକ ଙ୍କ ମନରେ କଷ୍ଟ ହେଉଥିବା ବେଳେ କହିବାକୁ କୁଣ୍ଠାବୋଧ କରୁଛନ୍ତି। ବର୍ତ୍ତମାନ ନୂତନ ରୂପେ ଯୋଗଦାନ କରିଥିବା ରାଜସ୍ବ ନିରୀକ୍ଷକ ଏବଂ ଖଡିଆଳ ତହସିଲଦାର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଆହ୍ବାନ।