
ପରଜଙ୍ଗ (ଗୋକୁଳାନନ୍ଦ ବେହେରା) : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବଡ଼କମର -ପଙ୍ଗାତିରl ରାସ୍ତା ର କନ୍ଦରସିଂହା ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ନିକଟରେ ଯୁବକ ଙ୍କ ଶବ କୁ ରାସ୍ତାରେ ରଖି ରାସ୍ତାରୋକ l ଆବଶ୍ୟକୀୟ କ୍ଷତିପୂରଣ ଦାବି ରେ ରାସ୍ତାରୋକ କଲେ ପରିବାର ଲୋକ ଓ ଅଞ୍ଚଳବାସୀ l ସୂଚନା ଅନୁସାରେ ପରଜଙ୍ଗ ଥାନା କଟରାପଡା ଗ୍ରାମର ନେତ୍ରାନନ୍ଦ ନାୟକ ଗତ ରବିବାର ଦିନ ସଂନ୍ଧ୍ୟା ସମୟରେ ପରଜଙ୍ଗ ରୁ ବାଇକ ଯୋଗେ ନିଜ ଗ୍ରାମ କୁ ଫେରୁଥିବା ବେଳେ କନ୍ଦରସିଂହା ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ନିକଟରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ପାଇଁ ଆସିଥିବା ଏକ ପାଇପ ବୋଝେଇ ଟ୍ରକ ସହ ଧକ୍କା ହୋଇଥିଲେ l ଗୁରୁତର ଅବସ୍ଥା ରେ ତାଙ୍କୁ ପ୍ରଥମେ ପରଜଙ୍ଗ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥା ରେ ତାଙ୍କର ମୃତ୍ୟୁ ହୋଇଛି l ଆଜି ମୃତଦେହ ନିଜ ଗ୍ରାମ କୁ ଆସିବା ପରେ ଉତ୍ୟକ୍ତ ଲୋକେ ଓ ପରିବାର ଲୋକ ପାନୀୟଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ କରୁଥିବା ଠିକାସଂସ୍ଥା ର ଅସ୍ଥାୟୀ କ୍ୟାମ୍ପ ସାମ୍ନାରେ ଶବ କୁ ରାସ୍ତାରେ ରଖି ରାସ୍ତା ଅବରୋଧ କରିଛନ୍ତି l ଫଳରେ ବଡ଼କମର -ପଙ୍ଗାତିରା ମଧ୍ୟରେ ଯାନବାହାନ ଚଳାଚଳ ଠପ ହୋଇଛି l ପରିବାର ଲୋକ ଆର୍ଥିକ ସହାୟତା ଦାବି କରୁଥିବା ବେଳେ ସ୍ଥାନୀୟ ଅଞ୍ଚଳ ବାସୀ ଠିକାସଂସ୍ଥା କୁ ଆସୁଥିବା ଭାରିଯାନ ଗୁଡିକ ରାସ୍ତା ଉପରେ ଛିଡା ହୋଇଥିବା କାରଣ ରୁ ଯୁବକ ଙ୍କ ମୃତ୍ୟୁ ହୋଇଥିବା ନେଇ ଦାବି କରିଛନ୍ତି l ତେବେ ଖବର ପାଇ ପରଜଙ୍ଗ ପୋଲିସ ,ଏସ୍ଆଇ ଦେବଗ୍ରାହୀ ମାହାନ୍ତି, ଅତିରିକ୍ତ ତହସିଲଦାର ମନୋରଞ୍ଜନ ସାହୁ, ସ୍ଥାନୀୟ ସରପଞ୍ଚ,ବିଜେନ୍ଦ୍ର ସାହୁ ସେଠାରେ ପହଞ୍ଚି ଉତ୍ୟକ୍ତ ଲୋକ ଙ୍କୁ ବୁଝାସୁଝା କରୁଥିବା ବେଳେ ସହାୟତା ରେଡେକ୍ରସ ପାଣ୍ଠିରୁ ଦଶହଜାର ଟଙ୍କା , ସହାୟତା ଦିଆଯାଇଥିଲା ପରଜଙ୍ଗ ଥାନା ଅଧିକାରୀ ଦେବଗ୍ରାହୀ ମାହାନ୍ତି, ଅତିରିକ୍ତ ତହସିଲଦାର ମନୋରଞ୍ଜନ ସାହୁ, ସ୍ଥାନୀୟ ସରପଞ୍ଚ ବିଜେନ୍ଦ୍ର ସାହୁ ଲୋକ ମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଉପରୁ ଲୋକ ମାନେ ଉଠିଥିଲେ ।