ନୂଆପଡା (ମିଖାଏଲ ନନ୍ଦ):
ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ କାଠଫାର ଏବଂ ଛତାପାନି ଏହି ଜଙ୍ଗଳ ରେ ମାଓ କ୍ୟାମ୍ପ ଠାବ ହୋଇଥିବା ବେଳେ ବିପୁଳ ମାଓ ସାମଗ୍ରୀ ଜବତ୍ ହୋଇଅଛି।ଜିଲ୍ଲା ପୋଲିସ ଏବଂ ଡି -୧୯ ସିଆରପିଏଫ ଯବାନ ଯୁଗ୍ମ ଅପରେସନ ରେ ଏକ ମାଓ କେମ୍ପ ଠାବ ହୋଇଥିଲା। ଆଜି ଏସପି ଏକ ସାମ୍ବାଦିକ ସମ୍ମିଳନୀ ରେ ମାଓ କେମ୍ପ୍ ରୁ ସାମଗ୍ରୀ ଉପରେ ସୂଚନା ଦେଇଛନ୍ତି। ଦେଶୀ ବନ୍ଧୁକ, ଜେଲୋଟିନ ଷ୍ଟିକ୍, ଡେଟୋନେଟର, ସୋଲାର ପ୍ଲେଟ, ରାସନ୍ ସାମଗ୍ରୀ ଏବଂ ଔଷଧ କୁ ଜବତ୍ କରିଛନ୍ତି। ଘଞ୍ଚ ଜଙ୍ଗଲ ଅଞ୍ଚଳ ରେ ମାଓବାଦୀ ଙ୍କ ଗତିବିଧି ର ଲକ୍ଷ୍ୟ ଏବଂ ଅନୁସନ୍ଧାନ ଅଭିଯାନ ସମୟରେ ek ନକ୍ସଲ କ୍ୟାମ୍ପ ଠାବ କରାଯାଇ ଥିଲା। ଯାହା ଫଳରେ ଅଞ୍ଚଳ ରେ ବାମପନ୍ଥୀ
ଉଗ୍ରବାଦି ଦ୍ଵାରା ବ୍ୟବହାର ପାଇଁ ଉଦ୍ଦିଷ୍ଟ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଏବଂ ଅନ୍ୟାନ୍ୟ ଲଜିଷ୍ଟିକ ଇତ୍ୟାଦି ର ଏକ ବଡ଼ ପରିମାଣ ର ଗଚ୍ଛିତ ସାମଗ୍ରୀ କୁ ଜବତ କରାଯାଇଥିବା ପୋଲିସ ଦ୍ବାରା ସୂଚନା ମିଳିଛି। ଜିଲ୍ଲା ଆରକ୍ଷ ଅଧିକାରୀ ଜି.ଆର.ରାଘବେନ୍ଦ୍ର ରେଡ୍ଡୀ ଏକ ପ୍ରେସ ବିଜ୍ଞପ୍ତି ରେ ସୂଚନା ଦେଇଛନ୍ତି।
